ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସମୟ ଥିଲା ଯେତେବେଳେ କ୍ୟାଟ୍ରିନା କୈଫ ଏବଂ ସଲମାନ ଖାନଙ୍କ ନାମ ବଲିଉଡରେ ଚର୍ଚ୍ଚାରେ ଥିଲା । କିନ୍ତୁ ସମୟ ବଦଳିବା ସହିତ ଉଭୟଙ୍କ ପଥ ମଧ୍ୟ ବଦଳିଗଲା । ଏବେ କ୍ୟାଟ୍ରିନା କୈଫ ସବୁଦିନ ପାଇଁ ଭିକ୍କି କୌଶଲଙ୍କ ଜୀବନ ସାଥୀ ହେବାକୁ ଯାଉଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୯ ରେ ବିବାହ ବନ୍ଧନରେ ବାନ୍ଧି ହେବେ କ୍ୟାଟ-ଭିକ୍କି । ଏହା ସହ ଜଡିତ ଏକ ଖବର ମଧ୍ୟ ଶୁଣିବାକୁ ମିଳୁଛି କି ସଲମାନ ଖାନଙ୍କ ବଡିଗାର୍ଡ ଶେରା, କ୍ୟାଟ୍ରିନା ଏବଂ ଭିକ୍କି ଙ୍କୁ ଅତିରିକ୍ତ ସୁରକ୍ଷା ଦେବାକୁ ଯାଉଛନ୍ତି।
ସୂଚନା ମୁତାବକ, ସଲମାନ ଖାନଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ଶେରା, ଟାଇଗର ସିକ୍ୟୁରିଟି ନାମକ ଏକ ନିଜର ସିକ୍ୟୁରିଟି କମ୍ପାନୀ ଚଳାନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ୟାଟ୍ରିନା କୈଫ ଏବଂ ଭିକ୍କି ଙ୍କୁ ଅତିରିକ୍ତ ସୁରକ୍ଷା ପ୍ରଦାନ ଦାୟିତ୍ୱ ଏହି କମ୍ପାନୀ ଉପରେ ନ୍ୟସ୍ତ ହୋଇଛି, ଯିଏ ଖୁବ୍ ଶୀଘ୍ର ଫୋର୍ଟ ବାରୱାରାରେ ଦାୟିତ୍ୱ ଗ୍ରହଣ କରିବେ। ସାୱାଇ ମାଧୋପୁରରେ ଏହି ବିବାହକୁ ଦୃଷ୍ଟିରେ ରଖି ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଉଛି। କାରଣ ବିବାହରେ ବଲିଉଡର ସେଲିବ୍ରେଟଙ୍କ ବ୍ୟତୀତ ଅନେକ ଭିଭିଆଇପି ଅତିଥି ଆସିବାର ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଉଛି ।