ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ମଶୁର ଅଭିନେତା ସଲମାନ୍ ଖାନ୍ ନିଜ ପରିବାରକୁ କେତେ ଭଲ ପାଆନ୍ତି ସେ ବିଷୟରେ ଆପଣମାନେ ସମସ୍ତେ ଜାଣିଥିବେ । ପରିବାରରେ ଥିବା ମହିଳା ସଦସ୍ୟଙ୍କ ସହିତ ତାଙ୍କର ଖାସ୍ ସମ୍ପର୍କ ରହିଛି । ସେ ତେଣିକି ତାଙ୍କ ଭଉଣୀ ହୋଇଥାନ୍ତୁ ଅବା ତାଙ୍କ ଦାଦି ଏବଂ ମା’ । ସଲମାନ୍ ଯେଉଁଭଳି ଭାବେ ନିଜ ମା’କୁ ଭଲ ପାଇବା ଦେଇଥାନ୍ତି । ଠିକ୍ ସେହିଭଳି ତାଙ୍କ ସାବତ ମାଙ୍କୁ ମଧ୍ୟ ଭଲ ପାଇଥାନ୍ତି ।
ଗତକାଲି ଅର୍ନ୍ତଜାତୀୟ ମହିଳା ଦିବସ ଥିଲା । ଏହି ଦିନକୁ ସଲମାନ୍ ଆହୁରୀ ଖାସ୍ କରିଦେଇଥିଲେ । ସେ ତାଙ୍କ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ତାଙ୍କ ଦୁଇ ମା’ ତଥାେ ସଲମା ଏବଂ ହେଲେନ୍ ଙ୍କ ସହ ନଜର ଆସିଛନ୍ତି । ଫଟୋରେ ତିନି ଜଣ ଖୁବ୍ ଖୁସି ଥିବାର ଦେଖିବାକୁ ମିଳିଛି । ଫଟୋଟି ଏବେକାର ନହୋଇଥିଲେ ବି ସେମାନଙ୍କ ମଧ୍ୟରେ ଥିବା ଭଲ ପାଇବା ସ୍ପଷ୍ଟ ଭାବେ ବାରି ହୋଇଯାଉଛି ।
♥️ #HappyWomensDay pic.twitter.com/llrerFnw4r
— Salman Khan (@BeingSalmanKhan) March 8, 2019
ସଲମାନ୍ ତାଙ୍କ ଦୁଇ ମା’ଙ୍କ ବହୁତ ନିକଟତର । ମହିଳା ଦିବସ ଅବସରରେ ପୋଷ୍ଟ କରାଯାଇଥିବା ଏହି ଫଟୋ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ଏହି ଫଟୋକୁ ଏକ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଲାଣି । ଏହି ଫଟୋକୁ ସେୟାର କରି ସଲମାନ୍ ତାଙ୍କ ମା’ଙ୍କୁ ସବୁଠାରୁ ବଡ ଉପହାର ଦେଇଛନ୍ତି ।