ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ଦିଗଜ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକରେ ଅଭିନୟ କରି ଗତବର୍ଷ ରଣବୀର କପୁର ଖୁବ୍ ଚର୍ଚ୍ଚା ସାଉଣ୍ଟି ଥିଲେ । ବଡ ପରଦାରେ ରଣବୀରଙ୍କ ଅଭିନୟ ଏବଂ ସଞ୍ଜୟ ଦତ୍ତଙ୍କ କାହାଣୀକୁ ଫ୍ୟାନ୍ସ ବହୁତ ପସନ୍ଦ କରିଥିଲେ । କିନ୍ତୁ ଫିଲ୍ମଟି ବର୍ଷେ ହେବା ପୂର୍ବରୁ ସଞ୍ଜୟ ଦତ୍ତ ଏବଂ ରଣବୀର କପୁରଙ୍କ ସର୍ମ୍ପକକୁ ନେଇ ବଡ ଖୁଲାସା ହୋଇଛି ।
ଫିଲ୍ମଟି ପରଦାରେ ମୁକ୍ତିଲାଭ କରିବା ପରେ ସଞ୍ଜୟ ଦତ୍ତ ଏବଂ ରଣବୀର କପୁରଙ୍କ ମଧ୍ୟରେ ବନ୍ଧୁତା ମଜବୁ୍ତ ହୋଇଯାଇଛି । ଆପଣମାନେ ଜାଣିଛନ୍ତି କି ଫିଲ୍ମ ହେବା ପୂର୍ବରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା କିନ୍ତୁ ଏବେ ଦୁହେଁ ଭଲ ବନ୍ଧୁ । ପ୍ରକୃତରେ ରଣବୀରଙ୍କ ଫିଲ୍ମକୁ ନେଇ ସଞ୍ଜୟ ସର୍ବଦା ମଜାକ୍ ଉଡାଇଥାନ୍ତି ।
ମିଡିଆ ରିପୋର୍ଟ ମୁତାବକ, ବର୍ଷ ୨୦୧୬ରେ ସଞ୍ଜୟ ଦତ୍ତ ଗୋଟେ ପାର୍ଟି ରଖିଥିଲେ । ଏହି ପାର୍ଟିରେ ବଲିଉଡର ଅନେକ ବଡ ବଡ କଳାକାରମାନେ ଉପସ୍ଥିତ ଥିଲେ । ସେହି ସମୟରେ ରଣବୀରଙ୍କୁ ଲଜ୍ଜିତ ହେବାକୁ ପଡିଥିଲା । କାରଣ ସଞ୍ଜୟ ଦତ୍ତ ପାର୍ଟିରେ ରଣବୀରଙ୍କ ଫିଲ୍ମ ‘ବର୍ଫି’ କୁ ନେଇ ମଜାକ୍ ଉଡାଇଥିଲେ । ସେହି ସମୟରେ ପାର୍ଟିରେ ଡେବିଡ୍ ଧୱନ ଏବଂ ରାଜକୁମାର ହିରାନୀ ବି ଉପସ୍ଥିତ ଥିଲେ ।
ପ୍ରକୃତରେ ସେହି ପାର୍ଟିରେ ସଞ୍ଜୟ ଦତ୍ତ ଅଧିକ ମାତ୍ରାରେ ଡ୍ରିଙ୍କସ କରିଦେଇଥିଲେ । ନିଶାଶକ୍ତ ଅବସ୍ଥାରେ ରଣବୀରଙ୍କ ପାଖକୁ ଯାଇ ତାଙ୍କ ସହ ଫିଲ୍ମ କରିବା ପାଇଁ କହିଥିଲେ । ଯାହାର ନାମ ରଖିଥିଲେ ଲଡୁ । ସଞ୍ଜୟଙ୍କ କଥା ରଣବୀର ଖୁବ୍ ଧ୍ୟାନର ସହିତ ଶୁଣୁଥିଲେ । ଏହାପରେ ସଞ୍ଜୟ କହିଥିଲେ କି ସେ ଲଡୁ ପରେ ଜଲେବି ଏବଂ ପେଡା ବି ବନେଇବେ । ଏହାପରେ ସେ ରଣବୀରଙ୍କୁ କୁଣ୍ଢେଇକି କହିଥିଲେ କି ମୁଁ ଟିଭିରେ ତୁମ ଫିଲ୍ମ ବର୍ଫି ଦେଖିଲି, ମୁଁ ବୁଝିପାରିଲିନି ତୁମେ କେଉଁ ଭଳି ଫିଲ୍ମ କରୁଛ । କେଜାଣି କାହିଁକି ତୁମକୁ ସଞ୍ଜୁ ବାଇଁ କାଷ୍ଟ କରାଯାଇଛି । କାରଣ ସେହି ସମୟରେ ରଣବୀର ‘ସଞ୍ଜୁ’ର ସୁଟିଂ କରୁଥିଲେ । କିନ୍ତୁ ଫିଲ୍ମଟି ପରଦାରେ ମୁକ୍ତିଲାଭ କରିବା ପରେ ଏହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଫିଲ୍ମ ହିଟ୍ ହେବା ପରେ ରଣବୀର କପୁରଙ୍କୁ ଖୁବ୍ ପ୍ରଶଂସା କରିଥିଲେ ସଞ୍ଜୟ ଦତ୍ତ ।