ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ କଳାକାରମାନଙ୍କ ପିଲାମାନେ ଇଣ୍ଡଷ୍ଟ୍ରିରେ ଏଣ୍ଟି କରିବା କୌଣସି ନୂଆ କଥା ନୁହେଁ । ଠିକ୍ ସେହିଭଳି ଅଭିନେତା ସୈଫ ଅଲ୍ଲୀ ଖାଁଙ୍କ ଝିଅ ସାରା ଅଲ୍ଲୀ ଖାଁ ଖୁବ୍ ଶୀଘ୍ର ଫିଲ୍ମ ‘କେଦାର ନାଥ’ ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ହୁଏତ ଏହି ଫିଲ୍ମର ରିଲିଜ୍କୁ ନେଇ କୌଣସି କଥା ସମ୍ନାକୁ ଆସିନାହିଁ । କିନ୍ତୁ ସାରା ଏବେ ରଣବୀର ସିଂଙ୍କ ଫିଲ୍ମ ‘ଶିମ୍ବା’ପାଇଁ ସାଇନ୍ କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ରୋହିତ ସେଟ୍ଟୀ । ଏପର୍ଯ୍ୟନ୍ତ ସାରା ବଲିଉଡରେ ଏଣ୍ଟ୍ରି ନକରିଥିଲେ ମଧ୍ୟ ସେ ସର୍ବଦା ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି ।
ସୋସିଆଲ ମିଡିଆରେ ସେ ବିଭିନ୍ନ ଫଟୋ ଓ ଭିଡିଓ ପୋଷ୍ଟ କରିଥାନ୍ତି । କେତେବେଳେ ପାପା ସୈଫଙ୍କ ସହିତ ତ ଆଉ କେତେବେଳେ ତାଙ୍କ ବନ୍ଧୁମାନଙ୍କ ସହ ସେ ନଜର ଆସିଥାନ୍ତି । ନିକଟରେ ସାରାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସାରା ଏକ ରେଷ୍ଟୁରାଣ୍ଟରୁ ବାହାରକୁ ବାହାରିବା ବେଳେ ଏକ ଗରିବ ମହିଳା ତାଙ୍କ ଆଡକୁ ଆସୁ୍ଥିବାର ଦେଖି ସେ ତାଙ୍କର ପଥ ବଦଳାଇଥିଲେ । ଗରିବ ମହିଳାଙ୍କ ପ୍ରତି ତାଙ୍କର ଏଭଳି ବ୍ୟବହାର ଦେଖି ସୋସିଆଲ ମିଡିଆରେ କିଛି ୟୁଜର୍ସ ରାଗିଯାଇଥିଲେ ।
ଏହି ଭିଡିଓ ଦେଖିଲା ପରେ କିଛି ୟୁଜର୍ସ ଲେଖିଥିଲେ ଯେ ଏମାନଙ୍କୁ ଏତେ ଗୁରୁତ୍ୱ କଣ ପାଇଁ ଦିଆ ଯାଉଛି । କିଛି ପଇସା ଦେଇଦେଲେ କେହି ଗରିବ ହୋଇ ଯାଏ ନାହିଁ, କିଭଳି ଏହି ପଇସା ୱାଲା ଲୋକ । ୟୁଜର୍ସମାନେ ଏହିଭଳି ଭାବରେ ଅନେକ କଂମେଟ ଦେଇଥିଲେ ।
kiran sabat
jai sri ram