ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତିଶ କୌଶିକ ଆଉ ନାହାନ୍ତି । ତାଙ୍କର ଅଚାନକ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଛି । ଫିଲ୍ମ ଇଣ୍ଡଷ୍ଟ୍ରୀରେ ଲୋକଙ୍କ ମନରେ ସର୍ବଦା ହସ ଫୁଟାଉଥିବା ସତିଶଙ୍କ ପାରିବାରିକ ଜୀବନରେ ଅନେକ ଦୁଃଖର ସମୟ ଆସିଛି ।
ସତିଶ ତାଙ୍କ କ୍ୟାରିଅରରେ ଅନେକ ସଫଳତା ହାସଲ କରିଛନ୍ତି ସତ କିନ୍ତୁ ସେ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଦୁଖର ସାମ୍ନା କରିଛନ୍ତି । ୧୯୮୫ ରେ ରାଶି କୌଶିକଙ୍କୁ ବିବାହ କରିଥିଲେ ସିତିଶ । ଏହାପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ନେଲା ଯାହାର ନାମ ଥିଲା ସାନୁ କୌଶିକ । ଦୁଇ ବର୍ଷ ବୟସରେ ତାଙ୍କ ପୁଅର ମୃତ୍ୟୁ ପରେ ପୁରା ଭାଙ୍ଗି ପଡିଥିଲେ ସତିଶ ।
ଏହାପରେ ତାଙ୍କ କୋଳରେ କୌଣସି ସନ୍ତାନ ଜନ୍ମ ନେଇନଥିଲେ । କିନ୍ତୁ ୫୬ ବର୍ଷ ବୟସରେ ସତିଶ କୌଶିକ ପୁଣି ଥରେ ତାଙ୍କ ଜୀବନରେ ନୂତନ ରଙ୍ଗ ଭରିବାର ନିଷ୍ପତି ନେଇ ସରୋଗସି ଜରିଆରେ ଏକ ପୁତ୍ର ସନ୍ତାନର ପିତା ହୋଇଥିଲେ । ୨୦୧୨ ମସିହାରେ ସରୋଗେସି ଜରିଆରେ ମାତା-ପିତାର ସୌଭାଗ୍ୟ ଲାଭ କରିଥିଲେ ସତିଶ-ରାଶି କୌଶିକ । କିନ୍ତୁ ଏବେ ସତିଶଙ୍କ ମୃତ୍ୟୁ ପରେ ଏକା ହୋଇ ଯାଇଛନ୍ତି ରାଶି ଏବଂ ତାଙ୍କ ପୁଅ ।