ମୁମ୍ବାଇ (ଏଟିଆର ବ୍ୟୁରୋ): ପାକିସ୍ତାନ ଆର୍ମିଙ୍କ ଟାର୍ଗେଟରେ ଏବେ ବଲିଉଡ ଅଭିନେତା ଶାହରୁଖ ଖାନ୍ । ୱେବ ସିରିଜ୍ ବାର୍ଡ ଅଫ୍ ବ୍ଲଡ କୁ ନେଇ ଶାହରୁଖଙ୍କ ଉପରେ ହମଲା କରିଛନ୍ତି ପାକିସ୍ତାନ ସେନାର ପ୍ରବକ୍ତା ଆସିଫ ଗଫୁର । ସେ ସୋସିଆଲ ମିଡିଆ ଜରିଆରେ ଶାହରୁଖଙ୍କୁ କହିଛନ୍ତି କି , କାଶ୍ମୀର ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ତାଙ୍କୁ ସ୍ୱର ଉଠାଇବା ଉଚିତ୍ ।
ପ୍ରକୃତରେ ନେଟଫ୍ଲିକ୍ସ ର ନୂଆ ୱେବ ସିରିଜ୍ “ବାର୍ଡ ଅଫ୍ ବ୍ଲଡ” କୁ ନେଇ ଶାହରୁଖଙ୍କୁ ଟାର୍ଗେଟ କରାଯାଇଛି । ନିର୍ମାତା ଶାହରୁଖ ଙ୍କ ଏହି ୱେବସିରିଜ୍ ରେ ଇମରାନ ହାଶମୀ ମୁଖ୍ୟ ଭୂମିକାରେ ଅଛନ୍ତି । ସେପ୍ଟମ୍ବର ୨୭ରେ ରିଲିଜ୍ ହେବାକୁ ଥିବା ଏହି ସିରିଜ୍ ରେ ଭାରତୀୟ ଗୁଇନ୍ଦା ଏଜେନ୍ସି ଏବଂ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ମଧ୍ୟରେ ଥିବା କାହାଣୀ ଦେଖିବାକୁ ମିଳିବ । ଏହାକୁ ଦେଖିବା ପରେ ପାକିସ୍ତାନର ସେନା ଅଧିକାରୀ ଆସିଫ ଗଫୁର ଭଡକି ଯାଇଛନ୍ତି । ପାକିସ୍ତାନର ଇଣ୍ଟର ସର୍ଭିସେସ ପବ୍ଲିକ ରିଲେସନ ର ନିର୍ଦ୍ଦେଶକ ଜେନେରାଲ ଆସିଫ ଟ୍ୱିଟ୍ ରେ ଲେଖିଛନ୍ତି କି, ଶାହରୁଖ ଆପଣ ବଲିଉଡର ସିଂଡ୍ରୋମ । ସତ ଜାଣିବା ପାଇଁ ର’ ର ଯାଶୁସ କୂଳଭୂଷଣ ଯାଦବ, ୱିଙ୍ଗ କମାଣ୍ଡର ଅଭିନନ୍ଦନ ଏବଂ ଫେବୃଆର ୨୭ ୨୦୧୯ କୁ ଦେଖନ୍ତୁ । ଏହା ବଦଳରେ ଆପଣଙ୍କୁ ଭାରତ ଦ୍ୱାରା କାଶ୍ମୀରରେ ଅତ୍ୟାଚାର ବିରୋଧରେ ମୁହଁ ଖୋଲିବା ଉଚିତ୍ । ଯାହା ଆରଏସଏସର ନାଜିବାଦୀ ହିନ୍ଦୁତ୍ୱଙ୍କ ଯୋଗୁଁ ବଢି ଚାଲିଛି ।