ମୁମ୍ବାଇ (ଏଟିଆର ବ୍ୟୁରୋ): ସେଲିବ୍ରିଟି ସର୍ବଦା ତାଙ୍କ ଏୟାରପୋର୍ଟ ଲୁକ୍ କୁ ନେଇ ସଜାଗ ଥାନ୍ତି । କାରଣ ସେମାନେ ତାଙ୍କ ରେଡ୍ କାର୍ପେଟ ଲୁକ୍ ଠାରୁ ଅଧିକ ଚର୍ଚ୍ଚାରେ ଏୟାରପୋର୍ଟ ଲୁକ୍ ପାଇଁ ରହିଥାନ୍ତି । ସେଥିପାଇଁ ଏୟାରପୋର୍ଟରେ ବିଭିନ୍ନ ଷ୍ଟାଇଲର ଡିଜାଇନର ଡ୍ରେସରେ ନଜର ଆସିଥାନ୍ତି ସେଲିବ୍ରିଟି । ଏହାବ୍ୟତିତ ବିଭିନ୍ନ ଷ୍ଟାଇଲ ଅପେକ୍ଷା ଆରାମ ଉପରେ ଅଧିକ ପ୍ରାଥମିକତା ଦେଇଥାନ୍ତି । ଇତି ମଧ୍ୟରେ ନିକଟରେ ଶଦ୍ଧା କପୁର ଏକ ନାଇଟ୍ ସୁଟ୍ ପିନ୍ଧି ଏୟାରପୋର୍ଟରେ ସ୍ପଟ୍ ହୋଇଛନ୍ତି । ଶ୍ରଦ୍ଧାଙ୍କର ଏହି ଏୟାରପୋର୍ଟ ଲୁକ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଏୟାରପୋର୍ଟ ଲୁକ୍ ରେ ଶ୍ରଦ୍ଧା ଏକ ଫିକା ସବୁଜ ରଙ୍ଗର ନାଇଟ୍ ସୁଟ୍ ପିନ୍ଧିଥିଲେ । ଫିକା ସବୁଜ ରଙ୍ଗ ଏବଂ ଫୁଲ ହାତ ଥିବା ନାଇଟ୍ ସୁଟ୍ ରେ ଶ୍ରଦ୍ଧା ବହୁ୍ତ କ୍ୟୁଟ୍ ଦେଖାଯାଉଥିଲେ । ଏହି ଲୁକ୍ ସମ୍ପୂର୍ଣ୍ଣ କରିବା ପାଇଁ ଶ୍ରଦ୍ଧା ତାଙ୍କ କେଶ ଖୋଲି ଦେଇଥିଲେ । ଏହାବ୍ୟତିତ ନାଇଟ୍ ସୁଟ୍ ସହିତ ହ୍ୱାଇଟ ସ୍ନିକର୍ସ ଜୋତା ପିନ୍ଧିଥିଲେ ।
ଶ୍ରଦ୍ଧାଙ୍କ ଏହି ଲୁକ୍ ପାଇଁ ସେଲିବ୍ରିଟି ଷ୍ଟାଇଲିସ୍ ତାନ୍ୟା ଘାବରୀ ଷ୍ଟାଇ କରିଛନ୍ତି । ଏହାବ୍ୟତିତ ଏହି ନାଇଟ୍ ସୁଟ୍ ଟି ଅଙ୍କିତ କଲେକ୍ସନର । କିଛି ଲୋକ ଶ୍ରଦ୍ଧାଙ୍କ ଏହି ଲୁକ୍ ପାଇଁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ ଶ୍ରଦ୍ଧାଙ୍କ ମଜାକ ଉଡାଇବାରେ ଲାଗିଛନ୍ତି । ଶ୍ରଦ୍ଧାଙ୍କ ଏହି ଲୁକ୍ ପାଇଁ ଜଣେ ୟୁଜର୍ସ ଲେଖିଛନ୍ତି କି , ସିଧା ସଳକ ଶୋଇ ଉଠି ଆସିଛନ୍ତି କି । ସେହିପରି ଅନ୍ୟ ଜଣେ ୟୁଜର୍ସ କହିଛନ୍ତି କି, ଜଲଦି ରେ କପଡା ବଦଳାଇବାକୁ ଭୁଲି ଯାଇଛନ୍ତି କି । ଆଉ ଜଣେ ଲେଖିଛନ୍ତି କି, ଷ୍ଟାଇଲ ନାଁ ରେ କିଛି ପିନ୍ଧି ପକାଉଛନ୍ତି ।