ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସିଦ୍ଧାର୍ଥ ଶୁକ୍ଳା ଏବଂ ଶେହନାଜ ଗିଲଙ୍କ ଯୋଡିକୁ ଲୋକେ ଖୁବ୍ ପସନ୍ଦ କରୁଥିଲେ । କିନ୍ତୁ ବେଶି ଦିନ ଏକାଠି ରହିପାରିଲେ ନାହିଁ ସିଦନାଜ୍ । ଅଚାନକ ହୃଦଘାତରେ ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଏକୁଟିଆ ହୋଇଯାଇଛନ୍ତି ଶେହନାଜ୍ । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଏବେ ସିଦନାଜଙ୍କ ନୂତନ ଗୀତ ‘ତୁ ୟହିଁ ହୈ’ ରିଲିଜ୍ ହୋଇଛି ।
ନୂତନ ଗୀତ ମାଧ୍ୟମରେ ସିଦ୍ଧାର୍ଥଙ୍କୁ ଟ୍ରିବ୍ୟୁଟ ଦେଇଛନ୍ତି ଶେହନାଜ୍ । ସିଦନାଜ୍ ଙ୍କ ବନ୍ଧୁତା ଏବଂ ଭଲପାଇବା ଭଳି ଏହି ଗୀତଟି ଖୁବ୍ ସୁନ୍ଦର ହୋଇଛି । ସିଦ୍ଧାର୍ଥଙ୍କୁ ମନେ ପକାଇ ଶେହନାଜ ଏକ ଗୀତ ମଧ୍ୟ ଗାଇଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି କି ଆଜି ବି ସିଦ୍ଧାର୍ଥଙ୍କୁ ଭୁଲି ପାରି ନାହାନ୍ତି ଶେହନାଜ୍ । ଏହି ଗୀତରୁ ଜଣାପଡୁଛି କି ଶେହନାଜ ସର୍ବଦା ତାଙ୍କ ମିଠା ସ୍ମୃତିରେ ସିଦ୍ଧାର୍ଥଙ୍କୁ ସଜେଇକି ରଖିବେ ।