ମୁମ୍ବାଇ (ଏଟିଆର ବ୍ୟୁରୋ): ନିଜର ବ୍ୟକ୍ତିଗତ ମାମଲାକୁ ନେଇ କିଛି ଦିନ ହେବ ବଲିଉଡର ମଶୁର କଣ୍ଠଶିଳ୍ପୀ ନେହା କକ୍କଡ ଚର୍ଚ୍ଚାରେ ଅଛନ୍ତି । ନିକଟରେ ନେହାଙ୍କ ସହିତ ତାଙ୍କ ବୟଫ୍ରେଣ୍ଡ ହିମାଂଶ କୋହଲିଙ୍କ ବ୍ରେକଅପ୍ ହୋଇଯାଇଥିଲା । ଏହାପରେ ନେହା ସମ୍ପୂର୍ଣ୍ଣ ଭାଙ୍ଗି ପଡିବା ସହ ସୋସିଆଲ ମିଡିଆରେ ଭାବୁକ ହୋଇ ମେସେଜ୍ କରିଥିଲେ ।
ନେହା ଲେଖିଥିଲେ କି, ‘ ଦୁନିଆରେ ଖରାପ ଲୋକ ଅଛନ୍ତି ବୋଲି ମୁଁ ଜାଣିନଥିଲି । ଛାଡ ଏବେ ସବୁ କିଛି ହରାଇ ହୋସ୍ ରେ ଆସିଛି, । ମୁଁ ମୋର ସବୁ କିଛି ଦେଇ ଦେଲି କିନ୍ତୁ ମୋତେ ତା ବଦଳରେ କ’ଣ ମିଳିଲା, ମୁଁ କହି ବି ପାରିବିନି କି ମୋତେ କ’ଣ ମିଳିଛି’ ।
ଏହାପରେ ନେହା ଗତ ଗୁରୁବାର ଦିନ ୟୁଟ୍ୟୁବରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ‘ଇସମେ ତେରା ଘାଟା ମେରା କୁଛ ନେହିଁ ଜାତା’ର ଗୀତ ଗାଉଥିବାର ତାଙ୍କୁ ଦେଖିବାକୁ ମିଳୁଛି । ଏହି ଗୀତଟି ନେହା କକ୍କଡ ତାଙ୍କ ବୟଫ୍ରେଣ୍ଡଙ୍କ ପାଇଁ ଗାଇଥିବାର କୁହାଯାଉଛି । ଏହା ଗଜେନ୍ଦ୍ର ଶର୍ମାଙ୍କ ଅରିଜିନାଲ ଗୀତର ଫିମେଲ ଭର୍ସନ ।
ଏହି ଗୀତରେ କଂମେଟ ଦେଇ ନେହାଙ୍କ ଜଣେ ଫ୍ୟାନ ଲେଖିଛନ୍ତି କି ଗୀତଟିରେ ୭୫ ପ୍ରତିଶତ ନେହା ହିମାଂଶୁକୁ ହିଁ ଡେଡିକେଟ୍ କରିଛନ୍ତି । ସେହି ପରି ଆଉ ଜଣେ ଫ୍ୟାନ୍ସ ଏହାକୁ ଅତି ଉକ୍ରଷ୍ଟ କହିବା ସହ, ସେ ବୁଝି ଯାଇଥିବେ ଯେ ସେ କ’ଣ ହରେଇଛନ୍ତି । ଆପଣଙ୍କୁ ୟାଙ୍କଠାରୁ ଆହୁରୀ ଅଧିକ ଭଲ ମିଳେଯିବେ ବୋଲି ଲେଖିଛନ୍ତି ।
ବେକଅପ୍ ପେର ନେହା ତାଙ୍କ ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ଲେଖିଥିଲେ କି , ‘ମୁଁ ଡିପ୍ରେସନରେ ଅଛି । ଦୁନିଆର ସମସ୍ତ ନକରାତ୍ମକ ଲୋକଙ୍କୁ ମୋର କୃତଜ୍ଞତା । ଆପଣମାନେ ମୋତେ ଜୀବନର ଖରାପ ଦ୍ୱରସ୍ତ ହେବାରେ ସଫଳ କରାଇଛନ୍ତି ।’