ମୁମ୍ବାଇ (ଏଟିଆର ବ୍ୟୁରୋ): ଏକ ବିବାଦୀୟ ବୟାନ ପାଇଁ ଏବେ ଚର୍ଚ୍ଚାରେ ପ୍ରସିଦ୍ଧ ଗାୟକ ଏସପି ବାଲସୁବ୍ରମଣ୍ୟମ । ପ୍ରକୃତରେ ସେ ଅଭିନେତ୍ରୀଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ଯାହାକୁ ଶୁଣିବା ପରେ ଇଣ୍ଡଷ୍ଟ୍ରିରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ସୁବ୍ରମଣ୍ୟମ କହିଛନ୍ତି କି, ଆଜିକାଲି ଅଭିନେତ୍ରୀମାନେ ଏତିକି ଜାଣି ନାହାନ୍ତି କି ଫିଲ୍ମ ଇଭେଣ୍ଟସରେ କେଉଁ ପ୍ରକାରର ପୋଷାକ ପିନ୍ଧିବା ଉଚିତ୍ । କ’ଣ ତାଙ୍କୁ ଲାଗୁଛି କି ଏଭଳି ଖରାପ ପୋଷାକ ପିନ୍ଧିଲେ ଅଭିନେତା ଏବଂ ନିର୍ଦ୍ଦେଶକ ତାଙ୍କୁ କାମ ଦେଇଦେବେ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ‘ଯଦି ମୋ ବୟାନ ପାଇଁ ଅଭିନେତ୍ରୀମାନେ ରାଗିଯାଉଛନ୍ତି ତା ପରେ ବି ମୋର କୌଣସି କ୍ଷତି ହେବ ନାହିଁ । ଏମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀଙ୍କୁ ତେଲୁଗୁ ଭାଷା ଜଣା ନାହିଁଁ , ଯାହାଫଳରେ ସେମାନଙ୍କୁ ମୋ କମେଣ୍ଟ ବୁଝା ପଡିବ ନାହିଁ । ଯଦି ବି ସେମାନେ ତେଲୁଗୁ ବୁଝୁଛନ୍ତି ତେବେ ମୋର କୌଣସି ଫରକ ପଡିବ ନାହିଁ ।’
ଖବରମୁତାବକ, ମହମ୍ମଦ ରଫିଙ୍କ ପରେ ବଲିଉଡରେ କିଶୋର କୁମାର ଛାଇ ହୋଇଥିଲେ । ସେହି ସମୟରେ ତାଙ୍କୁ କଡା ଟକ୍କର ଦେବା ପାଇଁ ଇଣ୍ଡଷ୍ଟ୍ରିରେ କେବଳ ଏସପି ସୁବ୍ରମଣ୍ୟମ ହିଁ ଥିଲେ । ବର୍ଷ ୧୯୬୬ରେ ତାଙ୍କୁ ତେଲୁଗୁ ଫିଲ୍ମରେ ପ୍ରଥମ ବ୍ରେକ ମିଳିଥିଲା ।
ବର୍ଷ ୨୦୦୧ ରେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ଏବଂ ୨୦୧୧ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେ ଗତ ୫୦ ବର୍ଷ ମଧ୍ୟରେ ପାଖାପାଖି ୧୬୫ଟି ଭାଷାରେ ୪୦ ହଜାରରୁ ଅଧିକ ଗୀତ ଗାଇ ସାରିଛନ୍ତି ।