ମୁମ୍ବାଇ (ଏଟିଆର ବ୍ୟୁରୋ): ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ ଖୁବ୍ ଶୀଘ୍ର ଏକ ସାନ୍ଦାର ଫିଲ୍ମରେ ନଜର ଆସିବେ । ଆଜି ଏହି ଫିଲ୍ମର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଦୀପିକାଙ୍କ ଆଗାମୀ ଫିଲ୍ମର ଟାଇଟଲ ରହିଛି ‘ଛପାକ’ । ଯେଉଁଥିରେ ସେ ଏସିଡ୍ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମର କାହାଣୀ ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନୀ ଉପରେ ଆଧାରିତ । ଏଥିରେ ଦୀପିକାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ମେଘନା ଗୁଲଜାର୍ ଅଛନ୍ତି ।
ଦୀପିକାଙ୍କ ଏସିଡ୍ ଆଟାକ୍ ଲୁକ୍ କୁ ଦେଖି ତାଙ୍କ ଫ୍ୟାନ୍ସ ସମେତ ବଲିଉଡ କଳାକାର ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜ୍ଞା ହଁ ଫିଲ୍ମର ଫାଷ୍ଟ ଲୁକ୍ ରେ ଦୀପିକାଙ୍କୁ ବିଲକୁଲ ଚିହ୍ନି ହଉନି, ସେ ଅବିକଳ ଲକ୍ଷ୍ମୀ ଅଗ୍ରୱାଲଙ୍କ ଭଳି ଦେଖାଯାଉଛନ୍ତି ।
ଦୀପିକାଙ୍କ ଏହି ଲୁକ୍ କୁ ଦେଖି ଅନେକ ଲୋକ ଶକ୍ ହେବା ସହ ବଲିଉଡର କିଛି କଳାକାରଙ୍କ ରିଆକ୍ସନ ମଧ୍ୟ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଗୋଟେ ପରେ ଗୋଟ କଳାକାରଙ୍କ ରିଆକ୍ସନ ନଜରକୁ ଆସିଛି ।
ଦୀପିକାଙ୍କ ଏହି ଲୁକ୍ ପାଇଁ ଅଭିନେତା ବରୁଣ ଧୱନ ଲେଖିଛନ୍ତି କି, ୱାହା, ଏହି ଫିଲ୍ମ ପାଇଁ ଅପେକ୍ଷା କରିବା ମୁସକିଲ ହୋଇ ପଡୁଛି ।ସେହିପରି ଅଭିଶେକ୍ ବଚ୍ଚନ ଲେଖିଛନ୍ତି, ଗୁଡ ଲକ୍ । ପ୍ରିୟଙ୍କା କହିଛନ୍ତି ଆମାଜିଙ୍ଗ ଲୁକ୍, ରାଜ କୁମାର ରାଓ କହିଛନ୍ତି ଏହା ବହୁତ ପ୍ରେରଣାଦାୟୀ । ଏହାସହିତ ଅଭିନେତା ବିକ୍କି କୌଶାଲ ,ପରିଣିତି ଚ୍ରୋପ୍ର ଏବଂ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ ମଧ୍ୟ ଦୀପିକାଙ୍କ ଏହି ଲୁକ୍ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।
ଏମାନଙ୍କ ବ୍ୟତିତ ଆହୁରୀ ଅନେକ କଳାକାରମାନେ ମଧ୍ୟ ସେମାନଙ୍କର ପ୍ରତିକ୍ରିୟ ଦେଇଛନ୍ତି । କେବଳ ଏତିକି ସମସ୍ତେ ଦୀପିକାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି । ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି । ଆଗାମୀ ବର୍ଷ ଜାନୁଆରୀ ୧୦,୨୦୨୦ରେ ଫିଲ୍ମଟି ପରଦାରେ ମୁକ୍ତିଲାଭ କରିବ ।