ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ର ସୋନମ କପୁର ଗତବର୍ଷ ତାଙ୍କ ବୟଫ୍ରେଣ୍ଡ ଆନନ୍ଦ ଆହୁଜାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବାହାଘର ପରେ ସୋନମ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କ ନାଁ ସହିତ ପତିଙ୍କ ନାଁ ବି ଯୋଡି ଥିଲେ । ସେ ତାଙ୍କ ନାଁ ସୋନମ କପୁରରୁ ସୋନମ କପୁର ଆହୁଜା କରିଥିଲେ । କିନ୍ତୁ ଏବେ ବାହାଘରର ୯ ମାସ ପରେ ପୁଣଇ ସେ ତାଙ୍କ ନାଁ ବଦଳାଇଛନ୍ତି ।
ଆଜ୍ଞା ହଁ, ସୋନମ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ କେବଳ ତାଙ୍କ ପତିଙ୍କ ସରନେମ ହଟାଇ ନାହାନ୍ତି ବରଂ ତାଙ୍କ ନାଁ ବି ବଦଳାଇ ଦେଇଛନ୍ତି । ଏବେ ସେ ନାଁ ବଦଳାଇ ଜୋୟା ସିଂହ ସୋଲଂକି ରଖିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ବଦଳାଇବା ପଛର କାରଣ..
ବର୍ତ୍ତମାନ ସୋନମ ତାଙ୍କ ଅପକମିଂ ଫିଲ୍ମ ପାଇଁ ଖୁବ୍ ବ୍ୟସ୍ତ ଅଛନ୍ତି । ପ୍ରକୃତରେ ସୋନମଙ୍କ ଅପକମିଂ ଫିଲ୍ମର ଟାଇଟଲ ହେଉଛି ‘ଦି ଜୋୟା ଫେକ୍ଟର’ । ଏହି ଫିଲ୍ମର ପ୍ରମୋସନ ପାଇଁ ସୋନମ ତାଙ୍କ ନାଁ ବଦଳାଇ ଦେଇଛନ୍ତି । ଫିଲ୍ମରେ ସୋନମଙ୍କ ନାଁ ଜୋୟା ସିଂହ ସୋଲଂକି ରଖାଯାଇଛି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଭିଶେକ ଶର୍ମା ଅଛନ୍ତି ।
ଏହି ଫିଲ୍ମର କାହାଣୀ ଅନୁଜା ଚୌହାନଙ୍କ ବହି ଉପରେ ଆଧାରିତ । ଫିଲ୍ମର କାହାଣୀରେ ଜଣେ ରାଜପୁତ ଝିଅ ଯିଏ କି ଚାରିଆଡେ ବୁଲୁଛି । ଯାହାର ନାଁ ଜୋୟା ଏବଂ ସେ ଏକ ବିଜ୍ଞାପନ ଏଜେନ୍ସିରେ କାମ କରୁଛନ୍ତି । ତାଙ୍କର ସାକ୍ଷାତ ଜଣେ ଭାରତୀୟ କ୍ରିକେଟର୍ସଙ୍କ ସହ ହେଉଛି ଏବଂ ବର୍ଷ ୨୦୧୦ କ୍ରିକେଟ ୱାର୍ଲଡକପରେ ସେ ତାଙ୍କ ପାଇଁ ଲକି ପ୍ରମାଣିତ ହେଉଛନ୍ତି ।