ମୁମ୍ବାଇ (ଏଟିଆର ବ୍ୟୁରୋ): ନିଜର ଫ୍ୟାଶନ ଷ୍ଟେଟମେଣ୍ଟ ପାଇଁ ସର୍ବଦା ଚର୍ଚ୍ଚା ସାଉଣ୍ଟୁଥିବା ଅଭିନେତ୍ରୀ ସୋନମ କପୁର ଆହୁଜା ତାଙ୍କ ଆଗାମୀ ୱେବ ସିରିଜ୍ ମାଧ୍ୟମରେ ସେ ତାଙ୍କର ଷ୍ଟାଇଲ ସିକ୍ରେଟର ଖୁଲାସା କରିବାକୁ ଯାଉଛନ୍ତି ।
ବେଜଜିୟମର ଚକଲେଟ ଆଇସକ୍ରିମ ବ୍ରାଣ୍ଡ ମ୍ୟାଗନମ ପକ୍ଷରୁ ମଙ୍ଗଳବାର ମ୍ୟାଗନମଏକ୍ସସୋନମ କୋଲେବରେଶନ ସହ ଜଡିତ ଏକ ଭିଡିଓ ଜାରି କରାଯାଇଛି । ଯେଉଁଥିରେ ଅଭିନେତ୍ରୀ ସୋନମ କପୁର ତାଙ୍କର ଆଗାମୀ ଷ୍ଟାଇଲିସ୍ ପ୍ରୋଜେକ୍ଟକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଆଣୁଥିବାର ନଜର ଆସିଛନ୍ତି ।
ସୋନମ କହିଛନ୍ତି କି, ଏଭଳି ବ୍ରାଣ୍ଡର ପ୍ରଚାର କରିବା ରୋମାଞ୍ଚକାରୀ ଅଟେ, ଯାହା ଇଣ୍ଟେଲିଜେନ୍ସ ଏବଂ ଷ୍ଟାଇଲର ଉକ୍ରୃଷ୍ଠତା ର ହଲମାର୍କ । ଏହା ମୋ ଷ୍ଟାଇଲକୁ ବାସ୍ତବରେ ଦର୍ଶାଇଥାଏ । ଫ୍ୟାଶନ ମୋର ଅଭିନ୍ନ ଅଂଶ ବୋଲି ଏହା କୌଣସି ପ୍ରକାର ରାଜ୍ ନୁହେଁ । ଏହା ମୋତେ ଭିନ୍ନ ଢଙ୍ଗରେ ପରିଭାଷିତ କରିଥାଏ । ଏହାସହିତ ମୁଁ ମୋ ଷ୍ଟାଇଲକୁ ଖୁବ୍ ଗମ୍ଭୀରତା ସହ ନେଇଥାଏ । ମ୍ୟାଗନମ ସହିତ ମୁଁ ଏଠାରେ ଏଭଳି ଏକ ପରିବେଶ ସୃଷ୍ଟି କରିବାକୁ ଆସିଛି, ଯାହା ଫ୍ୟାଶିନିଷ୍ଟୋକୁ ନିଜର ଷ୍ଟାଇଲର ନିୟମ ଏବଂ ଷ୍ଟେରିଓଟାଇପ୍ସକୁ ଭାଙ୍ଗିବାରେ ପ୍ରୋତ୍ସାହିତ କରିଥାଏ । ମୋର ଆଗାମୀ ଷ୍ଟାଇଲ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ରୁହନ୍ତୁ ।