ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ସ୍ଥିତି ଜଟିଳ । ସଂକ୍ରମିତଙ୍କ ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ କିିଛି ଲୋକ ଆସି ଥିବା ବେଳେ ସେମାନଙ୍କ ମଧ୍ୟର ଜଣେ ହେଉଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍ । ସୋନୁ ଲଗାତର ଭାବେ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି । ହସ୍ପିଟାଲରେ ବେଡ ଯୋଗାଇବା ଠୁନେଇ ଖାଦ୍ୟ ପହଁଚାଇବା ପର୍ଯ୍ୟନ୍ତ ବ୍ୟବସ୍ଥା କରୁଛନ୍ତି ସୋନୁ । ସେହିପରି ଏହି ମହାମାରୀର ଏଭଳି ପରିସ୍ଥିତିରେ ନିଜ ମାତା ପିତାଙ୍କ ହରାଇଥିବା ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ସୋନୁ ।
ସୋନୁ କହିଛନ୍ତି କି, ଅନେକ ଲୋକ ସେମାନଙ୍କର ନିଜ ଲୋକଙ୍କୁ ହରାଇଛନ୍ତି । ଅନେକ ଏଭଳି ଘଟଣା ଅଛି ଯେଉଁଠି ୧୦ କିମ୍ବା ୧୨ ବର୍ଷର ପିଲାମାନେ ସେମାନଙ୍କ ମାତାପିତାଙ୍କୁ ହରାଇଛନ୍ତି ଏବଂ ସେମାନଙ୍କର ଭବିଷ୍ୟତ ଆମ ସମାଜ ପାଇଁ ସବୁଠାରୁ ବଡ ଚିନ୍ତା । ଯେଉଁମାନେ ଏହି ପିଲାମାନଙ୍କୁ ସାହାଯ୍ୟ କରିବାକୁ ସକ୍ଷମ ସେମାନଙ୍କୁ ମଧ୍ୟ ସୋନୁ ଅନୁରୋଧ କରିଛନ୍ତି । ଏହାସହିତ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଏଭଳି ପିଲାମାନଙ୍କ ମାଗଣା ଶିକ୍ଷା ପାଇଁ ସୋନୁ କହିଛନ୍ତି ।
ସେ କହିଛନ୍ତିି କି, ମୁଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନୁରୋଧ କରୁଛି କି, ଏଭଳି ପିଲାମାନଙ୍କ ପାଇଁ ଯେଉଁଠାରେ ସେମାନେ ଅଧ୍ୟୟନ କରିବାକୁ ଚାହାନ୍ତି ସେମାନଙ୍କୁ ସେଠାରେ ମାଗଣାରେ ଏହାର ଲାଭ ମିଳିବା ଉଚିତ୍ । ଯେଉଁମାନେ ନିଜ ପିତାମାତାଙ୍କୁ ହରାଇଛନ୍ତି ସେମାନଙ୍କୁ ମାଗଣା ଶିକ୍ଷା ମିଳିବା ଉଚିତ ।