ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲଗାତର ଭାବେ ଚର୍ଚ୍ଚାରେ ରହିଆସୁଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍ । ପ୍ରକୃତରେ ସେ ଜଣେ ରିଲ୍ ହିରୋ ନୁହେଁ ରିଅଲ ହିରୋ । କେତେବେଳେ ପ୍ରବାସୀ ଶ୍ରମିଙ୍କଙ୍କୁ ସହାୟତା କରୁଛନ୍ତି ତ ପୁଣି କେତେବେଳେ ଗରିବ ଚାଷୀକୁ । ପ୍ରକୃତରେ କରୋନା କାଳରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦ୍ ପୁଣି ଥରେ ପ୍ରମାଣିତ କରିଛନ୍ତି କି ସେ ଜଣେ ପ୍ରକୃତ ହିରୋ ।
ଆଜି ହେଉଛି ସେହି ରିଅଲ ହିରୋଙ୍କ ଜନ୍ମ ଦିବସ । ଏହି ଅବସରରେ ସେ ପ୍ରବାସୀ ଶମିକଙ୍କୁ ଚାକିରୀ ଦେବା ଲାଗି ଘୋଷଣା କରିଛନ୍ତି । ଏନେଇ ସୋନୁ ନିଜେ ଟ୍ୱିଟ୍ କରିଛନ୍ତି । ତେବେ ନଜର ପକାନ୍ତୁ ସୋନୁଙ୍କ ଏହି ଟ୍ୱିଟ୍ ଉପରେ ।
କେବଳ ଏତିକି ନୁହେଁ ସୋନୁ ତାଙ୍କ ଜନ୍ମ ଦିନକୁ ଆହୁରି ଖାସ୍ କରିବା ପାଇଁ ଦେଶରେ ଥିବା ଅନେକ ରାଜ୍ୟରେ ମେଡିକାଲ କ୍ୟାମ୍ପ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି । କୁହାଯାଉଛି କି ସୋନୁଙ୍କ ଏହି ଯୋଜନାରେ ପାଖପାଖି ୫୦ ହଜାର ଲୋକ ଯୋଡିହେବେ । ଏହି ମାଗଣା ମେଡିକାଲ କ୍ୟାମ୍ପ ପାଇଁ ଉତ୍ତର ପ୍ରଦେଶ, ଝାରଖଣ୍ଡ, ପଞ୍ଜାବ ଏବଂ ଓଡିଶାର ଅନେକ ଡାକ୍ତରଙ୍କ ସହ ସମ୍ପର୍କରେ ଅଛନ୍ତି ସୋନୁ । ଯେଉଁଠି ଲୋକେ ମାଗଣାରେ ଚେକଅପ୍ କରାଇ ପାରିବେ ।
କରୋନା ସଙ୍କଟ ମଧ୍ୟରେ ଭଗବାନ ଭଳି ଲୋକଙ୍କୁ ସହାୟତା କରି ଆସୁଛନ୍ତି ସୋନୁ ସୁଦ୍ । କାହା ପାଇଁ ଟିକେଟ ତ ପୁଣି କାହା ପାଇଁ ଟଙ୍କା । ଯାହାର ଯାହା ଆବଶ୍ୟକତା ରହିଛି ସେସବୁକୁ ପୁରଣ କରିଛନ୍ତି ସୋନୁ । ଆଜି ବି ସୋନୁ ୨୦ ଘଣ୍ଟା କାଳ କାମ କରୁଛନ୍ତି ଏବଂ ଏକ କଲ ସେଣ୍ଟର ମଧ୍ୟ ଚଲାଉଛନ୍ତି । ଯାହାଫଳରେ ବର୍ତ୍ତମାନର ପରିସ୍ଥିତିରେ ଲୋକଙ୍କୁ ସହାୟକ ହୋଇ ପାରିବେ ସୋନୁ ।