ମୁମ୍ବାଇ (ଏଟିଆର ବ୍ୟୁରୋ): ପୁଣି ଥରେ ଚର୍ଚ୍ଚାରେ ଶାହରୁଖ୍ ଙ୍କ ଲାଡଲି ସୁହାନା । ଗୋଟେ ପଟେ ମାଗାଜିନ୍ ର କଭର ପେଜରେ ସୁହାନାଙ୍କ ବୋଲ୍ଡ ଲୁକ୍ ନଜର ଆସୁଥିବା ବେଳେ, ଅନ୍ୟପଟେ ତାଙ୍କୁ ଲୋକମାନେ ନେପୋଟିଜିମ୍ ର ଆକ୍ଷା ଦେଇଛନ୍ତି । କେବଳ ଏତିକି ନୁହେଁ ଭୋଗ ଇଣ୍ଡିଆର ଇଂଷ୍ଟାଗ୍ରାମ ପେଜରେ ଲୋକେ ଅଭଦ୍ର କଂମେଟ ମଧ୍ୟ କରିଛନ୍ତି । ଯେଉଁଥି ପାଇଁ ଭୋଗ ଇଣ୍ଡିଆର କଂମେଟ ସେକ୍ସନକୁ ବନ୍ଦ କରିବାକୁ ପଡିଥିଲା । ୟୁଜର୍ସମାନେ କେବଳ ଫଟୋ ଦେଖିପାରିବେ କିନ୍ତୁ କଂମେଟ ଦେଖିପାରିବେ ନାହିଁ । ମାତ୍ର ଏହା ଦ୍ୱାରା କୌଣସି ଫରକ ପଡିଲା ନଥିଲା । ୟୁଜର୍ସ ଇଂଷ୍ଟାଗ୍ରାମକୁ ଛାଡି ଟ୍ୱିଟର ରେ କଂମେଟ ଦେବା ଆରମ୍ଭ କରିଦେଇଥିଲେ । ସମସ୍ତଙ୍କର ସେହି ଗୋଟିଏ ପ୍ରଶ୍ନ ଏତେବଡ ସଫଳତା ହାସଲ କରିବା ପାଇଁ ସୁହାନା କେବଳ ଶାହରୁଖ ଝିଅ ହେବା ବ୍ୟତୀତ ଆଉ କ’ଣ କରିଛନ୍ତି ।
ଖବରମୁତାବକ, ଶାହରୁଖ ଭୋଗ ବିୟୁଟି ଆୱାର୍ଡସ ୨୦୧୮ରେ ଏହି ମାଗାଜିନ ସମସ୍ତଙ୍କ ସାମ୍ନାରେ ଶୁଭାରମ୍ଭ କରିଥିଲେ । ସେ ଟ୍ୱିଟ୍ କରି କହିଥିଲେ ଯେ, ‘ଏହି ମ୍ୟାଗାଜିନକୁ ହାତରେ ଧରିବାରୁ ବହୁତ ଗର୍ବ ଅନୁଭବ କରୁଛି’ ।
ଭୋଗ ମାଗାଜିନ୍ ର ଏକ ଇଂଟରଭ୍ୟୁରେ ସୁହାନା କହିଥିଲେ କି, ‘ଘରେ ସବୁକିଛି ନର୍ମାଲ ହୋଇଥାଏ । ସବୁ କିଛି କୁଲ, କିନ୍ତୁ ସବୁ ଚାଲେଞ୍ଜ ଘର ବାହାରେ ହୋଇଥାଏ । ମୋତେ ଏହା କଠିନ ଲାଗେ କାରଣ ଲୋକେ ଚାହାଁନ୍ତି ସେମାନେ ଆପଣଙ୍କୁ ଜଜ୍ କରନ୍ତୁ । ମୁଖ୍ୟତଃ ସୋସିଆଲ ମିଡିଆରେ । ମୁଁ ସର୍ବଦା ଇଂଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରାଇଭେଟ ଫଟୋ ଲିକ୍ ହେବାକୁ ନେଇ ଟ୍ରୋଲ ହୋଇଥାଏ । ଲୋକ ଆପଣଙ୍କୁ ଜାଣିନଥିବେ ତଥାପି ଆପଣଙ୍କ ବିଷୟରେ ଅନେକ କଥା କହୁଥିବେ । ସେଥିପାଇଁ ମୁଁ ନିଜକୁ ସର୍ବଦା ସମ୍ଭାଳିକି ରଖିଥାଏ । ଲୋକ ତ ଘୃଣା କରିବେ, ମୋର ଏହାକୁ ନେଇ କୌଣସି ଦୁଃଖ ନାହିଁ । ’