ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମନରଞ୍ଜନ ଦୁନିଆ ସହ ଯୋଡି ହୋଇ ରହିଛନ୍ତି ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ । କିନ୍ତୁ ଏବେ ସେ ଡିଜିଟାଲ ମନୋରଞ୍ଜନ କ୍ଷେତ୍ରରେ ପାଦ ଥାପିଛନ୍ତି । ଆଜ୍ଞା ହଁ ସୁନୀଲ ସେଟ୍ଟୀ ତାଙ୍କ କ୍ୟାରିଅରର ପ୍ରଥମ ୱେବ ସିରିଜ୍ ସାଇନ୍ କରିଛନ୍ତି । ଯାହାର ନାଁ ରହିଛି ଇନଭିଜିବୁଲ ୱୋମେନ । ଏହି ୱେବ ସିରିଜ୍ ରେ ସୁନୀଲ ସେଟ୍ଟୀଙ୍କ ସାଥ୍ ଦେବେ ଇଶା ଗୁପ୍ତା ।
ଏନେଇ ସୁନୀଲ ସେଟ୍ଟୀ କହିଛନ୍ତି କି, ଆଜିକାଲିର ୱେବ ସିରିଜ୍ କିଛି ଏଭଳି ହେବା ଉଚିତ୍ । ଯାହା ପୂର୍ବ ସିରିଜ୍ ଅପେକ୍ଷା ଭିନ୍ନ ହୋଇପାରିବ । ସେଥିପାଇଁ ମୋର ଧ୍ୟାନ ଇନଭିଜିବୁଲ ୱେମେନ ର କାହାଣୀ ଆଡକୁ ଟାଣି ହୋଇଗଲା । ଖୁବ୍ ଶୀଘ୍ର ସିରିଜ୍ ର ସୁଟିଂ ଆରମ୍ଭ ହେବ ।