ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ସିୃଷ୍ଟି କରିପାରିଛନ୍ତି । ହୁଏତ ତାଙ୍କୁ ଏଥିପାଇଁ ଅନେକ ସମସ୍ୟାର ସମୁଖୀନ ହେବାକୁ ପଡିଥିଲା । ସନ୍ନିଙ୍କର ପ୍ରକୃତ ନାଁ ହେଉଛି କରଣଜିତ୍ କୌର । ପ୍ରଥମେ ସେ ଆଡଲ୍ଟ ଫିଲ୍ମରେ କାମ କରୁଥିଲେ । ଏହାପରେ ସେ ବଲିଉଡରେ ପାଦ ରଖିଲେ । ଏହାବ୍ୟତୀତ ସନ୍ନି ଗୁଗଲ୍ ର ସର୍ଚ୍ଚ ତାଲିକାରେ ସବୁଠାରୁ ଆଗ ଧାଡିର ଅଭିନେତ୍ରୀ । ଖୁବ୍ ଶୀଘ୍ର ସନ୍ନି ଲିଓନଙ୍କ ବାୟୋପିକ ଫିଲ୍ମ ଦେଖିବାକୁ ପାଇବେ ଦର୍ଶକ । ଏଥିରେ ସନ୍ନି ଲିଓନ ନିଜେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ନଜରା ଆସିବେ । ଏହା ଏକ ୱେବ୍ ସିରିଜ୍ ଯାହାର ନାମ ରହିଛି ‘କରଣଜିତ୍ କୌର-ଦି ଅନଟୋଲ୍ଟ ଷ୍ଟୋରୀ ଅଫ୍ ସନ୍ନି ଲିଓନ’ ।
ଗତକାଲି ସନ୍ନି ଲିଓନ ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ୱେବ ସିରିଜ୍ ର ଟିଜର ସେୟାର କରିଥିଲେ । ପାଖାପାଖି ୩୮ ସେକଣ୍ଡର ଏହି ଟିଜରରେ ସନ୍ନିଙ୍କ ଜୀବନର ଦୁଇଟି ଭିନ୍ନ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ୱେବ୍ ସିରିଜ୍ ବିଷୟରେ ଅନେକ ଦିନ ପୂର୍ବରୁ ଖୁବ୍ ଚର୍ଚ୍ଚା ହେଉଛି । ସନ୍ନି ଏହି ଟିଜର୍ ସେୟାର କରି କ୍ୟାପସନ ଦେଇଛନ୍ତି କି , ‘ମୋ ଜୀବନ ଖୁବ୍ ଶୀଘ୍ର ଏକ ଖୋଲା ବହିରେ ପରିଣତ ହେବାକୂ ଯାଉଛି’ ।
My life will soon be an open book!
My journey from #KarenjitKaur to @sunnyleone premieres on 16th July 2018 only on @ZEE5India – https://t.co/LiOTTxjreZ #ZEE5Originals #KarenjitKaurOnZEE5 @namahpictures @freshlimefilms pic.twitter.com/lzk6ixJMm0— Sunny Leone (@SunnyLeone) July 1, 2018
ଏହି ବାୟୋପିକ୍ରେ ସନ୍ନିଙ୍କ ପିଲାଦିନର ଭୂମିକାରେ ନଜର ଆସିବେ ଲଣ୍ଡନର ଅଭିନେତ୍ରୀ ରୟସା ସୌଜାନି । ରୟସାଙ୍କ ବୟସ ୧୪ । ଏହାପୂର୍ବରୁ ସେ ୨୦୧୭ରେ ଫିଲ୍ମ ‘ଦୁବାରା’ ରେ ନଜର ଆସି ସାରିଛନ୍ତି ।