ମୁମ୍ବାଇ (ଏଟିଆର ବ୍ୟୁରୋ): ନିକଟରେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନଙ୍କ ଶରୀର ଅସୁସ୍ଥ ହୋଇପଡିଥିଲା । ଯେଉଁଥି ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା । ମାତ୍ର ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଲା ପରେ ପୁଣି ଥରେ ସନ୍ନିଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା । ତାପରେ ତାଙ୍କୁ ୧୩ ଘଂଟା ପର୍ଯ୍ୟନ୍ତ ଚିକିତ୍ସା କରାଯାଇଥିଲା ।
ପ୍ରକୃତରେ ସନ୍ନିଙ୍କର ଗ୍ୟାଷ୍ଟ୍ରୋଏଂଟ୍ରାଇଟିସ ପାଇଁ ତାଙ୍କୁ ଚାମୁଣ୍ଡା ସ୍ଥିତ ହସ୍ପିଯାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ହସ୍ପିଟାଲ ପ୍ରଶାସନ ସାରାରାତି କାହାକୁ କିଛି ଜଣାଇନଥିଲେ । ତାପରେ ସନ୍ନିଙ୍କ ଶରୀର ଟିକେ ସୁସ୍ଥ ହେଲା ପରେ ତାଙ୍କୁ ଡିସ୍ଚାର୍ଜ କରାଯାଇଥିଲା । ବର୍ତ୍ତମାନ ତାଙ୍କୁ ରାମନଗର ସ୍ଥିତ ରିସର୍ଟରେ ୪୮ ଘଂଟା ପର୍ଯ୍ୟନ୍ତ ଚିକିତ୍ସକଙ୍କ ଦାୟିତ୍ୱରେ ରଖଯାଇଛି ।
ଖବରମୁତାବକ, ସନ୍ନି ଏମ୍ ଟିଭି ଶୋ’ ସ୍ପ୍ଲିଟସ୍ଭିଲା ସିଜନ-୧୧ର ସୁଟିଂ କରୁଥିଲେ । ସେହି ସମୟରେ ହଠାତ୍ ତାଙ୍କର ଶରୀର ଅସୁସ୍ଥ ହୋଇପଡିଥିଲା । ପେଟରେ ଅତ୍ୟଧିକ ଯନ୍ତ୍ରଣା ହେଉଥିବାରୁ ତାଙ୍କୁ ନାମନଗର ର ନିଜସ୍ୱ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସମାନ ଅଧଘଂଟା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଥିଲା । କିଛି ସମୟ ପରେ ପୁଣି ସନ୍ନିଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା । ରାତି ପ୍ରାୟ ୧୧ଟା ବେଳେ ତାଙ୍କୁ ଚାମୁଣ୍ଡା ବିହାର ସ୍ଥିତ ଏକ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କ ପେଟକୁ ଅଲଟ୍ରାସାଉଣ୍ଡ କରାଯାଇଥିଲା । ହସ୍ପିଟାଲର ନିର୍ଦ୍ଦେଶକ ଡ଼ଃ ଅଗ୍ରୱାଲଙ୍କ କହିବାନୁଯାୟୀ , ସନ୍ନିଙ୍କର ସମସ୍ତ ମେଡିକାଲ ରିପୋର୍ଟ ଠିକ୍ ଅଛି । ଅନ୍ତ୍ରାଶୟରେ କିଛି ଅସୁବିଧା ଥିଲା । ଏହି ସମସ୍ୟା ଶରୀରରେ ପାଣିର ମାତ୍ରା କମ ହେବା ଯୋଗୁଁ ଦେଖାଯାଇଥାଏ ।