ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟିଭି ଇଣ୍ଡଷ୍ଟ୍ରିର ରିୟଲିଟ ଶୋ’ବିଗବସ-୧୧ରେ ନଜର ଆସିଥିବା ହିନା ଖାନ୍ ଏବେ ଏକ ସର୍ଟ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ହିନା ବିଗବସ-୧୧ରେ ଫାଷ୍ଟ ରନର୍ସଅପ ରହିଥିଲେ । ଶୋ’ରୁ ଆସିଲା ପରେ ମଧ୍ୟ ହିନାଙ୍କ ନାଁ ଖୁବ୍ ଚର୍ଚ୍ଚାରେ ରହିଥିଲା ।
ଏହି ସର୍ଟ ଫିଲ୍ମର ନର୍ଦ୍ଦେଶକ ହେଉଛନ୍ତି ଅଙ୍କୁଶ ଭଟ୍ଟ । ଏହା ପୂର୍ବରୁ ଅଙ୍ଗୁଶ, ମିଶେଲ ରହେଜାଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିଥିଲେ ।ହିନାଙ୍କୁ ଏହି ଫିଲ୍ମର ଅଫର ମିଳିବା ପରେ ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ଲେଖିଥିଲେ ଯେ,ଧନ୍ୟବାଦ । ମୋର ସର୍ଟ ଫିଲ୍ମର ସୁଟିଂ ଆରମ୍ଭ ହୋଇଗଲାଣି । ଏହି ଫିଲ୍ମର କିଛି ଫଟୋ ପୋଷ୍ଟ କରିବା ପାଇଁ ଖୁବ୍ ଶୀଘ୍ର ଚେଷ୍ଟା କରିବି ।
ମିଡିଆ ରିପୋର୍ଟ ମୁତାବକ, ହିନାଙ୍କୁ କେବଳ ତାଙ୍କ ଅଭିନୟର ଦକ୍ଷତା ପାଇଁ ନୁହେଁ ବରଂ ବିଗବସ-୧୧ରେ ନଜର ଆସିଥିବା ଦମଦାର ଚରିତ୍ର ପାଇଁ ତାଙ୍କୁ ଏହି ଫିଲ୍ମଟି ମିଳିଛି ।ଏହାପୂର୍ବରୁ ହିନା ଟିଭି ସିରିୟଲ ୟେ ରିସ୍ତା କ୍ୟା କେହେ ଲାତା ହୈଁ ରେ ଅକ୍ସରା ଚରିତ୍ରରେ ଅଭିନୟ କରି ଦର୍ଶକଙ୍କଠାରୁ ଖୁବ୍ ଭଲପାଇବା ସାଉଁଟିଥିଲେ ।