ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ‘ଦି କାଶ୍ମୀର ଫାଇଲ’ ର କ୍ରେଜ୍ । ଅନ୍ୟ ଦେଶମାନଙ୍କରେ ରହୁଥିବା ଭାରତୀୟମାନେ ମଧ୍ୟ ହଲ୍ କୁ ଯାଇ ଏହି ଫିଲ୍ମ ଦେଖୁଛନ୍ତି ।
ଚଳଚ୍ଚିତ୍ରର ସଫଳତା କେବଳ ଭାବପ୍ରବଣ ସ୍ତରରେ ଅତୁଳନୀୟ ନୁହେଁ, କାଶ୍ମୀର ଫାଇଲ ମଧ୍ୟ ଆର୍ଥିକ ଦିଗରୁ ଅନେକ ଲାଭ ପାଇଛି । ରିଲିଜ ହେବାର ପ୍ରଥମ ଦିନରୁ ଫିଲ୍ମଟିକୁ ବହୁତ ଭଲ ପ୍ରତିକ୍ରିୟା ମିଳିଛି ।
୧୧ ମାର୍ଚ୍ଚରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ଗୋଟେ ସପ୍ତାହ ମଧ୍ୟରେ ୧୦୦ କୋଟି ପାର କରିଥିଲା ଏବଂ ମାର୍ଚ୍ଚ ୧୮ ରେ ବକ୍ସ ଅଫିସରେ ୧୧୬.୪୫ କୋଟି ଆୟ କରିଥିଲା ଏହି ଫିଲ୍ମ । ଏବେ ଏହି ଫିଲ୍ମ ୨ ଶହ କୋଟି କ୍ଲବରେ ସାମିଲ ହୋଇ ଏକ ନୂତନ ଇତିହାସ ସୃଷ୍ଟି କରିଛି । ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଲଗାତାର ଭାବେ ଭଲ ପ୍ରଦର୍ଶନ କରିବାରେ ଲାଗିଛି ।