ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଅପକମିଂ ଫିଲ୍ମ ‘ସାଇନା’ ର ଅଫିସିଆଲ ସଙ୍ଗ ‘ପରିନ୍ଦା’ ରିଲିଜ୍ ହୋଇଯାଇଛି । ଏହି ଗୀତରେ ପରିଣୀତି ଚୋପ୍ରାଙ୍କ ସହିତ ମଶୁର ଅଭିନେତା ଏବଂ ଲେଖକ ମାନବ କୌଲ ମଧ୍ୟ ନଜର ଆସୁଛନ୍ତି । ଭିଡିଓଟିକୁ ଏପର୍ଯ୍ୟନ୍ତ ୪୪ ହଜାର ରୁ ଅଧିକ ଥର ଦେଖାଯାଇଛି । ଏହି ଫିଲ୍ମରେ ପରିଣୀତି ଭାରତର ର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳୀ ସାଇନା ନେହୱାଲଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ସେହିପରି ମାନବ ତାଙ୍କ କୋଚ୍ ଭୂମିକାରେ ନଜର ଆସିବେ ।
ପରିଣିତଙ୍କ ଏହି ଗୀତ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଗୀତଟିକୁ ଟି-ସିରିଜ୍ ବ୍ୟାନରରେ ଲଞ୍ଚ କରାଯାଇଛି । ସେହିପରି ଗୀତର ଲିରିକ୍ସ ମନୋଜ ମୁନ୍ତଶୀର ଲେଖିଥିବା ବେଳେ ଗୀତଟିରେ କଣ୍ଠଦାନ କରିଛନ୍ତି ଅମାଲ ମଲ୍ଲିକ ।
ଏହି ଗୀତର ଭିଡିଓଟିକୁ ଲୋକେ ଖୁବ୍ ସେୟାର କରୁଥିବାବେଳେ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଗୀତକୁ ନେଇ ଜଣେ ୟୁଜର୍ସ ଲେଖିଛନ୍ତି କି, ଅମାଲଙ୍କ ଏହି ଗୀତ ଏପର୍ଯ୍ୟନ୍ତର ସବୁଠାରୁ ବେଷ୍ଟ ଗୀତ । ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ମାନବଙ୍କ ଆକ୍ଟିଂ ଜବରଦସ୍ତ ହୋଇଛି ଏବଂ ପରିଣୀତି ମଧ୍ୟ ପିଟନେସ ପ୍ରତି ଧ୍ୟାନ ଦେଇଛନ୍ତି ।