ମୁମ୍ବାଇ (ଏଟିଆର ବ୍ୟୁରୋ):କରୱାଚୌଥ ବ୍ରତର ଖୁବ୍ ମହତ୍ୱ ରହିଛି । ପତ୍ନୀ , ପତିଙ୍କ ଦୀର୍ଘ ଆୟୁ କାମନା କରି ଏହି ବ୍ରତ ରଖିଥାନ୍ତି । ଏହି ବ୍ରତ ବଲିଉଡ ଅଭିନେତ୍ରୀମାନେ ମଧ୍ୟ ଖୁବ୍ ଧୁମଧାମ୍ ରେ ପାଳନ କରନ୍ତି । ସାଧରଣ ଲୋକଙ୍କ ଜୀବନରେ କରୱାଚୌଥ ଯେତିକି ଖାସ୍ ହୋଇଥାଏ, ସେତିକି ବଲିଉଡ ଅଭିନେତ୍ରୀଙ୍କ ପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ । ଆଜି ଆମେ ଆପଣଙ୍କୁ ବଲିଉଡର ଏଭଳି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ କି ପ୍ରଥମ ଥର ତାଙ୍କ ପତିଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିବେ ।
ଅନୁଷ୍କା ଶର୍ମା: ଗତବର୍ଷ ଲୁଚାଛପାରେ ଅନୁଷ୍କା ଶର୍ମା ବିରାଟଙ୍କ ସହ ଇଟାଲିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ପରେ ଟ୍ୱିଟ୍ କରି ତାଙ୍କ ବାହାଘର କଥା ସମସ୍ତଙ୍କୁ ଜଣେଇବା ସହ ମୁମ୍ବାଇରେ ଗ୍ରାଣ୍ଡ ରିସେପସନ ପାର୍ଟି ମଧ୍ୟ ଦେଇଥିଲେ । ଚଳିତ ବର୍ଷ ଅନୁଷ୍କା ତାଙ୍କ ପତି ବିରାଟ କୋହଲିଙ୍କ ଦୀର୍ଘାୟୁ କାମନା କରି କରୱାଚୌଥ ବ୍ରତ ରଖିବେ ।
ସୋନମ କପୁର: ଚଳିତ ବର୍ଷ ମଇ ମାସ ୮ ତାରିଖରେ ଫ୍ୟାସନ ଡିଭା ସୋନମ କପୁର ବିଜନେସମ୍ୟାନ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ । ଏହି ବିବାହରେ ସାରା ବଲିଉଡ ଝୁମି ଉଠିଥିଲା । ପତି ଆନନ୍ଦ ଆହୁଜାଙ୍କ ପାଇଁ ସୋନମ କପୁର ପ୍ରଥମ ଥା ଏହି ବ୍ରତ ରଖିବେ ।
ନେହା ଧୁପିଆ: ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ ମଧ୍ୟ ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହୁଏତ ନେହା ଗର୍ଭବତୀ ଥିବା ଯୋଗୁଁ ବ୍ରତ ରଖି ନପାରନ୍ତି । କିନ୍ତୁ କରୱାଚୌଥ ପୂଜା ଜରୁର କରିବେ ।
ୟୁଭିକା ଚୌଧୁରୀ: ଚଳିତ ମାସରେ ୟୁଭିକା ଏବଂ ପ୍ରିନ୍ସ ନରୁଲା ଦୁହେଁ ସାତଜନ୍ମର ସାଥୀ ହୋଇଛନ୍ତି । ବିବାହ ପରେ ୟୁଭିକାଙ୍କ ପ୍ରଥମ କରୱାଚୌଥ ।