ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ଜଣା ଶୁଣା ଅଭିନେତା ଟାଇଗର୍ ସ୍ରଫ ସୋସିଆଲ୍ ମିଡିଆରେ ସବୁବେଳେ ଚର୍ଚ୍ଚାରେ ଥାନ୍ତି । କେବେ ତାଙ୍କ ଷ୍ଟଣ୍ଟ୍ ପାଇଁ ତ କେବେ ତାଙ୍କ ଡ୍ୟାନ୍ସ୍ ପାଇଁ କିନ୍ତୁ ଏବେ ସେ ଚର୍ଚ୍ଚାରେ ଆସିଛନ୍ତି ଏକ ନୂଆ କାରଣ ପାଇଁ । ଟାଇଗର ଜିତି ନେଇଛନ୍ତି ତାଙ୍କ ଫ୍ୟାନ୍ସଙ୍କ ମନ । ସେ ପୁଣି ନିଜର ଏକ ସୁନ୍ଦର ଉତ୍ତର ଦ୍ୱାରା ।
ବିଗତ ଦିନରେ ଟାଇଗର୍ ଇଂଷ୍ଟାଗ୍ରାମରେ ନିଜ ଫ୍ୟାନ୍ସଙ୍କ ସହ #askme ସହ ଯୋଡି ହେବା ପାଇଁ ଚେଷ୍ଟା କରିଥିଲେ ଓ ଏହା ପରେ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚାରି ଥିଲେ । ଏଥି ମଧ୍ୟରୁ ତାଙ୍କର ଜଣେ ଫିମେଲ ଫ୍ୟାନ୍ ତାଙ୍କୁ ବିବାହ କରିବା ପାଇଁ ପ୍ରୋପଜାଲ ଦେଇଥିଲେ , ଯିଏ କି ୟୁକେର ବାସୀନ୍ଦା ବୋଲି ତାଙ୍କ କଥାରୁ ଜଣାଯାଇଛି । ଝିଅ ଫ୍ୟାନ୍ ଜଣଙ୍କ କହିଥିଲେ ‘ୟୁକେ ଆସିଯାଅ ଏବଂ ମତେ ବାହାହେଇଯାଅ ।’ ଏହାର ଉତ୍ତରରେ ଟାଇଗର୍ ତାଙ୍କୁ ଏମିତି ଉତ୍ତର ଦେଇଥିଲେ ଯାହା କେବେ କେହି କଳ୍ପନା କରି ନଥିଲେ । ଟାଇଗର୍ ଅତି ସହନଶୀଳତାର ସହିତ କହିଥିଲେ ‘ଆଉ କିଛିବର୍ଷପରେ, ଯେତେବେଳେ ମୁଁ ତୁମକୁ ସମ୍ଭାଳି ପାରିବି ଓ ତୁମର ଦାୟିତ୍ୱ ତୁଲାଇ ପାରିବି । ଏବେ ମୋତେ ବହୁତ କିଛି ଜିନିଷ ଶିକ୍ଷା କରିବାର ଓ ଟଙ୍କା ରୋଜଗାର କରିବାର ଅଛି । ଟାଇଗରଙ୍କ ଏହି ଆଶ୍ଚର୍ଯ୍ୟ ଜନକ ଉତ୍ତର କିଣି ନେଲା ଫ୍ୟାନ୍ସଙ୍କ ମନ ।
ଏହା ତାଙ୍କ ଉଦାରତାକୁ ଦର୍ଶାଉଛି । ଏହା ପରେ ଫ୍ୟାନ୍ସଙ୍କର ଅନେକ ପଜିଟିଭ୍ କମେଣ୍ଟ ମଧ୍ୟ ଆସିଥିଲା । ଶୁଣିବାକୁ ମିଳୁଛି ସଞ୍ଜୟ ଦତ୍ତଙ୍କ ଖଳନାୟକ ଫିଲ୍ମର ସିକ୍ୱେଲ୍ ଆସୁଅଛି ଏବଂ ଏଥିରେ ଟାଇଗର୍ ସ୍ରଫ୍ ଖଳନାୟକ ଭାବେ ଦେଖାଯିବେ । ଖଳନାୟକ ଭାବେ ଏହା ତାଙ୍କ ଦ୍ୱିତୀୟ ଫିଲ୍ମ ହେବାକୁ ଯାଉଛି । ୨୦୨୧ରେ ଟାଇଗର୍ଙ୍କ ୩ଟି ଫିଲ୍ମ ଯଥା ବାଘୀ ୪ , ହିରୋନ୍ତୀ ୨ ଏବଂ ରମ୍ବୋ ବଡ ପରଦାକୁ ଆସୁଅଛି ।