ଆନ୍ଧ୍ରପ୍ରଦେଶ(ଏଟିଆର ବ୍ୟୁରୋ): ନିକଟରେ କାଷ୍ଟିଂକାଉଚ ମାମଲାରେ ବିଚ୍ ରାସ୍ତାରେ ଉଲଗ୍ନ ହୋଇ ବସିଥିବା ଟଲିଉଡ ଅଭିନେତ୍ରୀ ଶ୍ରୀ ରୋଡୀ ଏବେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏଥରକ କୌଣସି କାଷ୍ଟିଂକାଉଚ ମାମଲାକୁ ନେଇ ନୁହେଁ,ବରଂ ରୋଜଗାର ଗ୍ୟାରେଣ୍ଟିରେ କାର୍ଯ୍ୟରତ ଥିବା ମହିଳାମାନଙ୍କର ଦାବି ପୁରଣକୁ ନେଇ ଆନ୍ଦୋଳନରେ ବସିଛନ୍ତି ।
ମିଳିଥିବା ରିପୋର୍ଟ ଅନୁସାରେ,ଶ୍ରୀଶୈଲମ ସ୍ୱାମୀ ଦର୍ଶନ ପାଇଁ ଶ୍ରୀ ରେଡୀ ଯାଉଥିବା ବେଳେ ପ୍ରକାଶମ ଜିଲ୍ଲାର ୟରୋଗୋଡାପାଲେମ ମଣ୍ଡଳ ପରିଧିର ଗୁରିଜେପଲ୍ଲୀ ଗାଁ ନିକଟରେ କିଛି ମହିଳା ନିଜର ରୋଜଗାର ବୃଦ୍ଧିକୁ ନେଇ ଆନ୍ଦେଳନରେ ବସିଥିଲେ । ସେହି ସମୟରେ ଶ୍ରୀ ରେଡୀ ମହିଳା ମାନଙ୍କର ଏହି ପରିସ୍ଥିତି ଦେଖି କାର୍ ରୁ ଓହ୍ଲାଇ ସେମାନଙ୍କ ଅସୁବିଧା ଜାଣିବା ପାଇଁ ଚେଷ୍ଟା କରିଥିଲେ । ଏବଂ ତା’ପରେ ମୁଣ୍ଡରେ ଏକ ଓଢ଼ଣୀ ବାନ୍ଧି ମହିଳାଙ୍କର ଦାବି ପୁରଣ ପାଇଁ ନାରା ବାଜି କରିବା ଆରମ୍ଭ କରି ଦେଇଥିଲେ । ଶ୍ରୀ ରେଡୀଙ୍କୁ ଦେଖି ସମସ୍ତେ ଆଚମ୍ବତି ହୋଇ ପଡିଥିଲେ । ଏବଂ ଶ୍ରୀ ରେଡୀଙ୍କର ଏହି ଆନ୍ଦେଳନ ପାଇଁ ଏବେ ସବୁ ଆଡେ ଚର୍ଚ୍ଚା ଚାଲିଛି ।