ମୁମ୍ବାଇ (ଏଟିଆର ବ୍ୟୁରୋ): ଦୀପଭୀର୍ ଙ୍କ ବାହାଘରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଗତକାଲି କୋଙ୍କଣୀ ରୀତି ନୀତିରେ ଦୁହିଁଙ୍କ ମଧ୍ୟରେ ହାତଗଣ୍ଠି ପଡିଥିବା ବେଳେ ଆଜି ଦୁହେଁ ସିନ୍ଧି ପରମ୍ପରାରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ପ୍ରତ୍ୟେକ ଲୋକ ଦୁହିଁଙ୍କ ବାହାଘର ଫଟୋ ଦେଖିବା ପାଇଁ ଅନେଇ ବସିଛନ୍ତି ।
ଅନ୍ୟପଟେ ଦୀପଭୀର୍ ଙ୍କ ବାହାଘରକୁ ନଇ କେନ୍ଦ୍ରମନ୍ତ୍ରୀ ସ୍ମୃତୀ ଇରାନୀ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହାକୁ ଦେଖିଲା ପରେ ଆପଣ ବି ହସକୁ ନିୟନ୍ତ୍ରଣ କରିପାରିବେ ନାହିଁ । ଆଜ୍ଞା ହଁ ଏହି ପୋଷ୍ଟରେ ଏକ ନର କଙ୍କାଳ ନଜର ଆସୁଛି । ଯିଏ ଏକ ବେଞ୍ଚ ଉପରେ ବସିଛି । କ୍ୟାପସନ୍ ରେ ଲେଖା ଅଛି କି, ‘ଯେତେବେଳେ ଆପଣ ଅନେକ ସମୟରୁ ଦୀପିକା ଏବଂ ରଣବୀରଙ୍କ ବାହାଘର ଫଟୋ ଅପେ଼କ୍ଷାରେ ଅଛନ୍ତି ।’ କେନ୍ଦ୍ରମନ୍ତ୍ରୀଙ୍କର ଏହି ମଜାଦାର ପୋଷ୍ଟ ପରେ ୟୁଜର୍ସମାନେ ମଧ୍ୟ ଅନେକ ମଜାଳିଆ କମେଂଟ କରିଛନ୍ତି ।
ଦୀପଭୀର୍ ଙ୍କ ଫ୍ୟାନ୍ସମାନେ ଏହି କଥା ଜାଣିବା ପରେ ଅଧିକ ଖୁସି ହୋଇଯାଇଛନ୍ତି, କାରଣ କେବଳ ଫ୍ୟାନ୍ସମାନେ ନୁହଁନ୍ତି ବରଂ କେନ୍ଦ୍ରମନ୍ତ୍ରୀ ସ୍ମୃତୀ ଇରାନୀ ବି ବାହାଘର ଫଟୋ ଅପେକ୍ଷାରେ ଅଛନ୍ତି ।
ଖବରମୁତାବକ, ବାହାଘରର ସମସ୍ତ ତଥ୍ୟ ସିକ୍ରେଟ ରଖିବା ପାଇଁ ଭେନ୍ୟୁରେ ମୋବାଇଲ ଏବଂ କ୍ୟାମେରା ବ୍ୟାନ୍ କରାଯାଇଛି । ଯଦି କୌଣସି ବ୍ୟକ୍ତି ମୋବଇଲ ବ୍ୟବହାର କରୁଛନ୍ତି ତେବେ ସେଥିପାଇଁ ତାଙ୍କ କ୍ୟାମେରାରେ ଷ୍ଟିକର ଲଗାଯାଇଛି । ଯାହାଫଳରେ ବାହାଘରର କୌଣସି ଫଟୋ ଯେପରି ବାହାରକୁ ଲିକ୍ ନହୁଏ ।