ମୁମ୍ବାଇ (ଏଟିଆର ବ୍ୟୁରୋ): ଅଭିନେତ୍ରୀ ଉର୍ବଶୀ ରୌତେଲା ବଲିଉଡ ଇଣ୍ଡଷ୍ଟ୍ରିରେ ସବୁବେଳେ ନିଜ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସେ ମିସ୍ ବ୍ୟିଟି କଣ୍ଟେ ଷ୍ଟରେ ଆସି ତାଙ୍କ କ୍ୟାରିଅର ବଲିଉଡରେ ଆରମ୍ଭ କରିଥିଲେ । ଉର୍ବଶୀ ଖୁବ ଅଳ୍ପ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ଉର୍ବଶୀ ରୌତେଲା ସାଉଦି ଆରବର ଏକ ଲୋକପ୍ରିୟ ମ୍ୟାଗାଜିନ୍ ସହ ଅରେଞ୍ଜ ଗାଉନରେ ଫଟୋଶୁଟ୍ କରିଥିଲେ ,ଯାହାକୁ ନେଇ ତାଙ୍କୁ ଅନେକ ପଜିଟିଭ କମେଣ୍ଟ୍ ଆସୁଛି । ଏହି ଫୋଟ ଗୁଡିକ ଅଧିକ ଭାଇରାଲ ମଧ୍ୟ ହେଉଛି ।
ଉର୍ବଶୀ ପ୍ରଥମ ଏପରି ଭାରତୀୟ ଅଭିନେତ୍ରୀ ଯିଏ ଆନ୍ତର୍ଜାତୀୟ ମ୍ୟାଗାଜିନର କଭର ପେଜ ପାଇଁ ଫଟୋଶୁଟ୍ କରାଇଛନ୍ତି। ଏହି ଫଟୋଶୁଟରେ ସେ ଅତ୍ୟନ୍ତ ମହଙ୍ଗା ଡ୍ରେସ୍ ପିନ୍ଧିଛନ୍ତି। ଏହି ଅରେଞ୍ଜ ଗାଉନର ମୂଲ୍ୟ ୨୫ଲକ୍ଷ ଟଙ୍କା। ଏହି ମ୍ୟାଗାଜିନର ଏଡିଟର ଇନ ଚିଫ୍ ସୁଲତାନ ଅବୁ ଟାୟରଙ୍କ କହିବା ଅନୁସାରେ,ମ୍ୟାଗାଜିନର ସୁଟ୍ ସମୟରେ ଉର୍ବଶୀ ତାଙ୍କ ସହ ନିଜ ଡ୍ରିମ ବିଷୟରେ କହିଥିଲେ ଓ ତାକୁ ସାକାର କରିବା ପାଇଁ ସେ ଚେଷ୍ଟା ମଧ୍ୟ କରୁଛନ୍ତି । ସେ କହିଥିଲେ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ହେଲେ କଡା ପରିଶ୍ରମ କରିବାକୁ ପଡିବ । ସେ ନିଜ ଲକ୍ଷ୍ୟ ବିଷୟରେ କହିଥିଲେ ,ଏହା ସହିତ ସେ ଯେଉଁ ଉର୍ବଶୀ ରୌତେଲା ଚାରିଟେବଲ୍ ଟ୍ରଷ୍ଟ୍ ଚଲାଉଛନ୍ତି ତାହା ବିଷୟରେ ମଧ୍ୟ କହିଥିଲେ।
ସୁଲତାନ ଅବୁ ଟାୟର ଆଗକୁ କହିଛନ୍ତି ଯେ ଉର୍ବଶୀ ସବୁଠୁ ମହଙ୍ଗା ଡ୍ରେସ୍ ପିନ୍ଧି ଡ୍ରେସର ଶୋଭା ବଢ଼ାଇଛନ୍ତି। ସେ ଯେଉଁ ଅରେଞ୍ଜ କଲର ଡ୍ରେସ୍ ପିନ୍ଧିଛନ୍ତି ତାହାର ମୂଲ୍ୟ ପାଖାପାଖି ୨୫ଲକ୍ଷ ଟଙ୍କା ଏବଂ ନାଲି ରଙ୍ଗର ଡ୍ରେସର ମୂଲ୍ୟ ମଧ୍ୟ ପାଖାପାଖି ସେତିକି। ଉର୍ବଶୀଙ୍କ ପାଇଁ ସବୁଠାରୁ ଖୁସିର କଥା ହେଲା ସେ ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ସ୍ତରରେ ଫୋଟସୁଟ କରିଛନ୍ତି ।