ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଷ୍ଟାର ବରୁଣ ଧୱନ ଓ କ୍ରିତି ସେନନଙ୍କ ଅଭିନୀତ ଫିଲ୍ମ ‘ଭେଡିୟା’ ଦେଖିବା ପାଇଁ ଅପେକ୍ଷାର ସହ ଚାହିଁ ବସିଛନ୍ତି ଦର୍ଶକ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଏବେ ଫିଲର୍ମ ଫାଷ୍ଟ ରିଭ୍ୟୁ ମଧ୍ୟ ସାମ୍ନାକୁ ଆସି ଯାଇଛି । ଫିଲ୍ମଟିକୁ ୫ ରୁ ୩.୫ ରେଟିଙ୍ଗ ଓଭସିଜ ସେଂସର ବୋର୍ଡ ପକ୍ଷରୁ ଦିଆଯାଇଛି ।
ଅନ୍ୟପଟେ ବକ୍ସ ଅଫିସରେ ଏବେ ଅଜୟ ଦେବଗନଙ୍କ ଫିଲ୍ମ ‘ଦ୍ରିଶ୍ୟମ ୨’ ରାଜ୍ କରୁଛି । ଫିଲ୍ମଟିକୁ ଦର୍ଶକ ଖୁବ୍ ପ୍ରଶାଂସା କରୁଛନ୍ତି । ରିଲିଜ୍ ର ୬ ଦିନ ହୋଇଗଲାଣି ତଥାପି ବକ୍ସଅଫିସରେ ଜବରଦସ୍ତ କଲେକ୍ସନ ହେଉଛି । ଏହାରି ମଧ୍ୟରେ ନଭେମ୍ବର ୨୫ ରେ ବକ୍ସଅଫିସରେ ଧମାଲ କରିବାକୁ ଆସୁଛି ‘ଭେଡିୟା’ । ଏଥିରୁ ଯାହା ଜଣାପଡୁଛି କି ଫିଲ୍ମ ଦୁଇଟି ମଧ୍ୟରେ ଜବରଦସ୍ତ ଟକ୍କର ହେବ ।