ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡର ଦିଗଜ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଏନେଇ ତାଙ୍କ ପୁଅ ସୂଚନା ଦେଇଛନ୍ତି । କରୋନାରେ ଅକ୍ରାନ୍ତ ହେବା ପରେ ସେ ଅଗଷ୍ଟ ୫ ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତ ବୁଧବାର ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ଏନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଅଯାଇଥିଲା ।
ହିନ୍ଦୀ ଫିଲ୍ମ ଜଗତରେ ଗାୟକ ରପେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ ବାଲାସୁବ୍ରଣ୍ୟମ । ୧୯୮୯ ରେ ଆସିଥିବା ସୁପରହିଟ ଫିଲ୍ମ ମୈନେ ପ୍ୟାର କିୟା ରେ ସଲମାନଙ୍କ ସମସ୍ତ ଗୀତ ଗାଇଥିଲେ ବାଲାସୁବ୍ରମଣ୍ୟମ । ଯାହା ବେଶ ସୁପରହିଟ ହୋଇଥିଲା । ଏହାସହିତ ସେ ହିନ୍ଦୀ ଫିଲ୍ମର ବିଭିନ୍ନ ଷ୍ଟାରଙ୍କ ପାଇଁ ନିଜ କଣ୍ଠଦାନ କରିଥିଲେ ।
କୁହାଯାଉଛି କି ସେ ଏପର୍ଯ୍ୟନ୍ତ ୧୬ ଟି ଭାଷାରେ ୪୦ ହଜାରରୁ ଅଧିକ ଗୀତ ଗାଇ ସାରିଛନ୍ତି । ଏହାସହିତ ତାଙ୍କୁ ତେଲୁଗୁ, ତାମିଲ, କନ୍ନଡ ଏବଂ ହିନ୍ଦୀ ଭାଷା ପାଇଁ ୬ ଥର ସର୍ବଶ୍ରେଷ୍ଠ ଗାୟକ ରୂପେ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ଅନ୍ୟପଟେ ତାଙ୍କୁ ଭାରତ ସରକାରଙ୍କୁ ପକ୍ଷରୁ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣରେ ବି ସମ୍ମାନିତ କରାଯାଇ ସରିଛି ।