ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତାକାଲି ବଲିଉଡର ଅଭିନେତ୍ରୀ ୱହିଦା ରହମାନଙ୍କୁ ‘କିଶୋର କୁମାର ସମ୍ମାନ’ ପ୍ରଦାନ କରାଯିବ । ଏହି ପୁରସ୍କାର ୨୦୧୮ବର୍ଷ ପାଇଁ ତାଙ୍କୁ ପ୍ରଦାନ କରାଯିବ । ତେବେ ଏହି ପୁରସ୍କାର ତାଙ୍କୁ କିଶୋର କୁମାରଙ୍କ ୩୨ତମ ପୁଣ୍ୟତିଥିରେ ଅର୍ଥାତ ଗତବର୍ଷ ଅକ୍ଟୋବର ୧୩ରେ ଦିଆଯିବାକୁ ଯୋଜନା ହୋଇଥିବା ବେଳେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିପାରିନଥିଲେ । ସେଥିପାଇଁ ମଧ୍ୟପ୍ରଦେଶର ସଂସ୍କୃତି ମନ୍ତ୍ରୀ ବିଜୟଲକ୍ଷ୍ମୀ ସାଧୋ ୱାହିଦାଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଏହି ପୁରସ୍କାର ପ୍ରଦାନ କରିବେ ।
ଦିବଂଗତ ଗାୟକ କିଶୋର କୁମାରଙ୍କ ସ୍ମୃତିରେ ମଧ୍ୟ ପ୍ରଦେଶ ସରକାର ଏହି ସମ୍ମାନ ପ୍ରଦାନ କରନ୍ତି। ୱହିଦା ରେହେମାନଙ୍କ ଜନ୍ମ ୧୪ମେ ୧୯୩୮ମସିହାରେ ଆନ୍ଧ୍ରପ୍ରଦେଶର ବିଜୟବାଡାଠାରେ ଜନ୍ମ ଗ୍ରହଣ କରିଥିଲେ । କେବଳ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୁହେଁ ତେଲୁଗୁ, ତାମିଲ ସମେତ ବେଙ୍ଗଲୀ ଓ ମାଲାୟଲମ ଫିଲ୍ମରେ ମଧ୍ୟ ସେ ନିଜର କଳାର ଜାଦୁରେ ସିନେ ପ୍ରେମିଙ୍କୁ ବାନ୍ଧୀ ରଖିଥିଲେ ।