ମୁମ୍ବାଇ (ଏଟିଆର ବ୍ୟୁରୋ): ଜେଲରୁ ବାହାରିବେ କି ଆର୍ୟନ ଖାଁ । ନା ପୁଣି ରହିବାକୁ ପଡିବ ଭିତରେ । ଏନେଇ ଆଜି ବମ୍ବେ ହାଇକୋଟ ଶୁଣାଣି କରିବେ । ବଲିଉଡ ଅଭିନେତା ସାହରୁଖ ଖାଁଙ୍କ ପୁଅ ଆର୍ୟନ ଖାଁଙ୍କ ଜାମିନ ଆବେଦନ ଉପରେ ବମ୍ବେ ହାଇକୋର୍ଟ କି ରାୟ ଶୁଣାଇବେ ସେନେଇ ତାଉପରେ ଏବେ ସମସ୍ତ ନଜର ।
ଆର୍ୟନ ଜାମିନ ଆବେଦନକୁ ଗତ ୨୦ ତାରିଖରେ ସ୍ପେଶାଲ ଏନଡିପିଏସ କୋର୍ଟ ଖାରଜ କରିବା ପରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଆର୍ୟନ ।
କ୍ରୁଜ ଡ୍ରଗ୍ସ କେସରେ ଗତ ୨ ତାରିଖରେ ଆର୍ୟନଙ୍କୁ ଗିରଫ କରାଯାଇଥିଲା । ହେଲେ ତାଙ୍କୁ ଏପର୍ଯ୍ୟନ୍ତ ମିଳିପାରୁନି ବେଲ୍ । ଏବେ ମୁମ୍ବାଇର ଆର୍ଥର ରୋଡ ଜେଲରେ ବିଚାରଧୀନ କଏଦୀ ଭାବେ ଅଛନ୍ତି ଆର୍ୟନ ।