ମୁମ୍ବାଇ (ଏଟିଆର ବ୍ୟୁରୋ): ଟେଲିଭିଜନ ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା । ଦିବ୍ୟା କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଗୋରେଗାଓଁର ଏସଆରବି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବା ଯୋଗୁଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ଆଜି ସେ ତାଙ୍କର ଶେଷ ନିଶ୍ୱାଷ ତ୍ୟାଗ କରିଛନ୍ତି ।
ରିପୋର୍ଟ ମୁତାବକ, ଦିବ୍ୟାଙ୍କୁ ନିମୋନିଆ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସ୍ୱାସ୍ଥ୍ୟ ଗମ୍ଭୀର ହୋଇପଡିଥିଲା । ତାଙ୍କର ଅକ୍ସିଜେନ୍ ମାତ୍ରା କମ ହେଉଥିଲା । ଯେଇଁଥି ପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । କିଛି ଦିନ ଯାଏଁ ଭେଣ୍ଟିଲେଟରରେ ରହିବା ପରେ ଏବେ ଦିବ୍ୟା ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ।
‘ୟେ ରିସ୍ତା କ୍ୟା କହଲାତା’ ଏବଂ ‘ଗୁଲାବୋ’ ଭଳି ସିରିଏଲରେ କାମ କରିଥିଲେ ଦିବ୍ୟା ଭଟ୍ଟନାଗର ।