ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନୁସରତ ଜହାଁ ଏବଂ ଜାଇରା ୱସିମ ଗୋଟିଏ ସମୁଦାୟ ଏବଂ ମନୋରଞ୍ଜନ ପ୍ଲାଟଫର୍ମର ଦୁଇ ୟଙ୍ଗ ମହିଳା । ମାତ୍ର ଦୁଇ ଜଣଙ୍କର ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱ ରହିଛି । ଏହି ଦୁଇ ଅଭିନେତ୍ରୀ ଏବେ ସେମାନଙ୍କ ବ୍ୟକ୍ତିଗତ ବୟାନକୁ ନେଇ ଚର୍ଚ୍ଚାରେ ଅଛନ୍ତି ।
ବସିରହାଟ୍ ରୁ ନବନିର୍ବାଚିତ ତୃଣମୂଳ ସାଂସଦ ଜହାଁ ନିକଟରେ କୋଲକାତାର ଜଣେ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ । ଏନେଇ ଚାରିଆଡେ ଆଲୋଚନା ଜୋର୍ ଧରିଥିଲା । ଏହାପରେ ଜହାଁ ତାଙ୍କ ବୟାନରେ କହିଥିଲେ କି, “ମୁଁ ଏକ ସମାବେଶୀ ଭାରତର ପ୍ରତିନିଧିତ୍ୱ କରୁଛି ଯାହା ଜାତି, ବର୍ଣ୍ଣ, ଧର୍ମ , ନିର୍ବିଶେଷରେ ସମସ୍ତେ ଏକତ୍ର । ଯେତିକି ମୁଁ ସମସ୍ତ ଧର୍ମକୁ ସମ୍ମାନ କରୁଛି, ଏହାସହିତ ଏବେ ବି ମୁଁ ଏକ ମୁସଲମାନ ଏବଂ କାହାରିକୁ ଏନେଇ ଟିପ୍ପଣୀ କରିବା ଉଚିତ୍ ନୁହେଁ କି ମୁଁ କଣ ପିନ୍ଧବାକୁ ଚାହେଁ” ।
ସେପଟେ ରାଷ୍ଟ୍ରୀୟ ପୁରସ୍କାର ବିଜେତା ଅଭିନେତ୍ରୀ ଜାଇରା ୱସୀମ ବଲିଉଡକୁ କୁଇଟ୍ କରୁଥିବାକୁ ନେଇ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରିଥିଲେ । ସେ ତାଙ୍କ ଧର୍ମ ପାଇଁ ଇଣ୍ଡଷ୍ଟ୍ରିକୁ ଛାଡୁଛନ୍ତି ବୋଲି ଏଥିରେ ସ୍ପଷ୍ଟ କରିଛନ୍ତି ।
ଏନେଇ ଏବେ ପ୍ରଶ୍ନ ଉଠୁଛି କି ଯଦି ସିନ୍ଦୁର ଏବଂ ମଙ୍ଗଳ ସୂତ୍ରକୁ ନେଇ ଦକ୍ଷୀଣପନ୍ଥୀ ଲୋକ ଜହାଁଙ୍କୁ ମନାଇ ପାରୁଛନ୍ତି ତେବେ ଧର୍ମକୁ ନେଇ ଦବଙ୍ଗ ଗର୍ଲ ଜାଇରା ୱସୀମଙ୍କ ନିଷ୍ପତି ଉପରେ ଏତେ ରାଗ କାହିଁକି?
ହୁଏତ କିଛି ଲୋକ ଜାଇରାଙ୍କ ନିଷ୍ପତିକୁ ସମ୍ମାନ ଜଣାଇଛନ୍ତି ଏବଂ ତାଙ୍କ ପସନ୍ଦ ପାଇଁ ସମର୍ଥନ ଜଣାଇଛନ୍ତି, ଏନେଇ କିଛି ବ୍ୟକ୍ତି ଜାଇରାଙ୍କୁ ପ୍ରତିଗାମୀ ବୋଲି ମଧ୍ୟ କହିଛନ୍ତି ।