ମୁମ୍ବାଇ (ଏଟିଆର ବ୍ୟୁରୋ) : ଅଭିନେତା କାର୍ତ୍ତିକ ଆରୟାନ ନିଜ ଆଗାମୀ ଫିଲ୍ମ ଧମାକା ର ସୁଟିଂରେ ଲାଗିପଡିଛନ୍ତି । ଏହି ଫିଲ୍ମଟି ନିରଜା ଫିଲ୍ମର ନିର୍ଦ୍ଦେଶକ ରାମ ରାଧବାନୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଅଟେ ।ଏହି ଫିଲ୍ମରେ କାର୍ତ୍ତିକ ଏକ ସାମ୍ବାଦିକ ଭାବେ ନଜର ଆସିବେ । ଆଜି କାର୍ତ୍ତିକ ଆରୟାନ ଇଂଷ୍ଟାଗ୍ରାମରେ ତାଙ୍କ ଚରିତ୍ରର ପ୍ରଥମ ଲୁକ ସେୟାର କରିଛନ୍ତି ।ଏହି ଫଟୋଟିରେ କାର୍ତ୍ତିକ ଏକ ନୀଳ ରଙ୍ଗର ସାର୍ଟ ପିନ୍ଧିଛନ୍ତି ଯେଉଁଥିରେ ରକ୍ତ ଦାଗ ଲାଗିଛି ଏବଂ ଏଥିରେ ତାଙ୍କର ଲମ୍ବା ଚୁଟି , ଦାଢି ଓ ନିଶ ଲୁକ୍ ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି , ‘ମିଲିୟେ ଅର୍ଜୁନ ପାଠକ ସେ’ । ଏହି ଫିଲ୍ମଟି ଆପଣଙ୍କୁ ଲାଇଭ୍ ଇଭେଣ୍ଟ କଭରେଜ ସମୟରେ ଏକ ଟିଭି ଚାନେଲ୍ର ଭିତର କାର୍ଯ୍ୟର କାହାଣୀ କହିବ । ଚଳିତ ବର୍ଷ ନଭେମ୍ବର ମାସରେ ତାଙ୍କ ଜନ୍ମଦିନରେ କାର୍ତ୍ତିକ ଏକ ପୋଷ୍ଟର ସେୟାର କରି ନିଜ ଫିଲ୍ମ ବିଷୟରେ ଘୋଷଣା କରିଥିଲେ ।
ଏହି ଭୂମିକାଟି ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ସିଧାପ୍ରସାରଣ କରୁଥିବା ଏକ ସାମ୍ବାଦିକର ଅଟେ । କାର୍ତ୍ତିକଙ୍କୁ ଶେଷ ଥର ପାଇଁ ଇମ୍ତିଆଜ ଅଲ୍ଲୀଙ୍କ ଲଭ୍ ଆଜ କାଲ ସିକ୍ୱେଲରେ ଦେଖିବାକୁ ମିଳିଥିଲା