ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ୍ ଆଜି ତାଙ୍କର ୩୩ତମ ଜନ୍ମ ଦିବସ ପାଳନ କରୁଛନ୍ତି । ବାହାଘରେ ପରେ ଦୀପିକାଙ୍କର ଏହା ପ୍ରଥମ ଜନ୍ମ ଦିନ । ସେ ତାଙ୍କ ଶାଶୁ ଅଞ୍ଜୁ ଭବନାନୀ, ଶ୍ୱଶୁର ଜଗଜିତ ସିଂ ଭବନାନୀଙ୍କ ସହ ମିଶି ଜନ୍ମଦିନ ପାଳନ କରୁଛନ୍ତି । ଏହି ଦିନକୁ ଖାସ୍ କରିବା ପାଇଁ ଦୀପିକାଙ୍କ ଶାଶୁଘର ସଦସ୍ୟ ଏବଂ ପତି ରଣବୀର ସିଂ କିଛି ଅଲଗା କରିବା ପାଇଁ ଯୋଜନା କରିଛନ୍ତି ।
ଜନ୍ମଦିନ ଅବସରରେ ଦୀପିକା ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଲେଖିଛନ୍ତି କି ଆଜି କିଛି ରୋମାଞ୍ଚକ ହୋଇପାରେ ।
ଖବରମୁତାବକ, ଡିସେମ୍ବର ୧୪ ରେ ଦୀପିକା ଇଟାଲୀର ଲେକ୍ କୋମୋ ଠାରେ ରଣବୀର ସିଂଙ୍କୁ ବିବାହ କରିଥିଲେ ।
ନିର୍ଦ୍ଦେଶକ ମେଘନା ଗୁଲଜାରଙ୍କ ଆଗାମୀ ଫିଲ୍ମ ‘ଛପାକ’ରେ ଦୀପିକା ନଜର ଆସିବେ । ଫିଲ୍ମଟି କାହାଣୀଟି ଏସିଡ୍ ଆଟାକ୍ ପୀଡିତାଙ୍କ ଉପରେ ଅଧାରିତ ।