ମୁମ୍ବାଇ(ଏଟିଆର ବ୍ୟୁରୋ): ବଲିଓଡର ନୱାବ ବା ସେଫ ଅଲିଖାନଙ୍କ ଫିଲ୍ମ ଜୱାନୀ ଯାନେମନ ଆଜି ରିଲିଜ ହୋଇଛି । ସେଫ ଅଲି ଖାନଙ୍କ ଲଗାତର ଭାବେ ଅନେକ ଫିଲ୍ମ ଫ୍ଲପ୍ ହେବା ପରେ ଏହି ଫିଲ୍ମ ମାଧ୍ୟମରେ ସେଫ ନିଜ କ୍ୟାରିୟର ଅନ୍ତିମ ଟେଷ୍ଟ ଦେବାକୁ ଯାଉଛନ୍ତି ବୋଲି କୁହାଯାଇପାରେ ।
ଜ୍ୟାକି ଭଗନାନିଙ୍କର ଏହି ଫିଲ୍ମଟି କମ ବଜେଟର ହୋଇଥିଲେ ମଧ୍ୟ ଯୁବପୀଢି ମାନଙ୍କୁ ନିହାତି ଭାବରେ ପସନ୍ଦ ଆସିବ ବୋଲି ଫିଲ୍ମର ନିର୍ମାତା ମତ ଦେଇଛନ୍ତି । ଏହି ଫିଲ୍ମରେ ସେଫ ଅଲି ଖାନଙ୍କ ସହିତ ଜଣାଶୁଣା ଅଭିନେତ୍ରୀ ପୂଜା ଓ ଆଲିଆ ଫର୍ଣ୍ଣିଚରୱାଲା ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ।
ତେବେ ଚଳଚିତ୍ର ବିଶେଷଜ୍ଞଙ୍କ ମତରେ ବକ୍ସ ଅଫିସରେ ଫିଲ୍ମଟିକୁ ବହୁ କସରତ କରିବାକୁ ପଡିବ । ପୁର୍ବରୁ ଫିଲ୍ମର ପ୍ରମୋସନ ମଧ୍ୟ ଏତେ ଖାସ ହୋଇ ନଥିବାରୁ ଫିଲ୍ମଟି ହିଟ ହବାର ସମ୍ଭାବନା ବହୁତ କମ ।
ଯଦି ଫିଲ୍ମଟି ପ୍ରଥମ ଦିନରେ ୫କୋଟି ଟଙ୍କାର ବ୍ୟବସାୟ କରିପାରୁଛି ତେବେ ଫିଲ୍ମର ହିଟ ହେବାର ସମ୍ଭାବନା ରହିବ ବୋଲି ଫିଲ୍ମ ବିଶେଷଜ୍ଞ ମତ ଦେଇଛନ୍ତି । ଏଥିସହିତ ଫିଲ୍ମଟି ହେବା ପାଇଁ ଫିଲ୍ମକୁ ବକ୍ସ ଅଫିସରେ ୮୦କୋଟି ଟଙ୍କାର ବ୍ୟବସାୟ କରିବାକୁ ପଡିବ ।