ମୁମ୍ବାଇ (ଏଟିଆର ବ୍ୟୁରୋ): ବର୍ଷ ୨୦୧୯ର କ୍ୟାଲେଣ୍ଡର ଲଞ୍ଚ ପାର୍ଟି ଗତକାଲି ବଲିଉଡର ମଶୁର ଫଟୋଗ୍ରାଫର ଡବ୍ୱୁ ରତନାନୀ ଆୟୋଜନ କରିଥିଲେ । ଏହି ଲଞ୍ଚ ପାର୍ଟିରେ ବଲିଉଡର ବହୁ ନାମୀ ଦାମୀ କଳାକାରମାନେ ସାମିଲ ଥିଲେ । ଏହାସହିତ ଏଥିରେ ଏକ ଲଭ୍ ବାର୍ଡ ଏଭଳି ଥିଲ ଯାହାଙ୍କ ଏଣ୍ଟ୍ରିରେ ସମସ୍ତଙ୍କର ଧ୍ୟାନ ତାଙ୍କ ଆଡକୁ ହିଁ ଟାଣି ହୋଇ ଯାଇଥିଲା ।
ଆଜ୍ଞା ହଁ ଆମେ କହୁଛୁ କିମ୍ ଶର୍ମା ଏବଂ ହର୍ଷବର୍ଦ୍ଧନ ରାଣେଙ୍କ ବିଷୟରେ । ଉଭୟେ ଏହି ପାର୍ଟିରେ ହାତ ଧରା ଧରି ହୋଇ ଏଣ୍ଟ୍ରି କରିଥିଲେ । ଏହି ଅବସରରେ କିମ୍ ବ୍ଲାକ୍ ଲେଦର ଜ୍ୟାକେଟ୍ ସହିତ ସ୍କଟ ପିନ୍ଧିଥିବା ବେଳେ ହର୍ଷବର୍ଦ୍ଧନ ରାଣେ ପିଙ୍କ୍ ଜ୍ୟାକେଟ ସହିତ ହ୍ୱାଇଟ୍ ଜିନ୍ସ ପିନ୍ଧିଥିବାର ନଜର ଆସିଥିଲେ ।
ବଲିଉଡ୍ ଠାରୁ ଦୂରରେ ରହି କିମ୍ ଶର୍ମା ଆଜିକାଲି ତାଙ୍କ ଲଭ୍ ଲାଇଫକୁ ଉପଭୋଗ କରୁଛନ୍ତି । ପ୍ରାୟତଃ ଅନେକ ସମୟରେ କିମ୍ କୁ ତାଙ୍କ ବୟଫ୍ରେଣ୍ଡ ହର୍ଷବର୍ଦ୍ଧନ ରାଣେଙ୍କ ସହ ଦେଖିବାକୁ ମିଳିଥାଏ । ପ୍ରଥମରୁ ଦୁହେଁ ନିଜ ସଂପର୍କ କଥା ସମସ୍ତଙ୍କୁ ଲୁଚାଉଥିଲେ କିନ୍ତୁ ଏବେ ଦୁହେଁ ସୋସିଆଲ ମିଡିଆରେ ନିଜର ପ୍ରେମ ସଂପର୍କକୁ ସ୍ୱୀକାର କରିଛନ୍ତି ।
କିମ୍ ଏବଂ ହର୍ଷବର୍ଦ୍ଧନଙ୍କୁ ରୋମାଣ୍ଟିକ୍ ମୁଡ୍ ରେ ଦେଖିବା ଏହା ପ୍ରଥମ ନୁହେଁ । କାରଣ ନିକଟରେ ଏୟାରପୋର୍ଟଠାରେ କିମ୍ ହର୍ଷବର୍ଦ୍ଧନଙ୍କୁ କିସ୍ କରୁଥିବାର ସ୍ପଟ୍ ହୋଇଥିଲେ । ତାଙ୍କର ଏହି ଫଟୋ ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା ।
ଫିଲ୍ମ ‘ସନମ ତେରୀ କସମ’ ଏବଂ ‘ପଲଟନ୍’ରେ ହର୍ଷବର୍ଦ୍ଧନ ରାଣେଙ୍କୁ ଦେଖିବାକୁ ମିଳିଥିଲା । ଅନ୍ୟପଟେ କିମ୍ ଶର୍ମା ବି ତାଙ୍କ ଫିଲ୍ମ କ୍ୟାରିୟରକୁ ନେଇ କିଛି ଖାସ୍ କମାଲ କରିପାରିନଥିଲେ । କିନ୍ତୁ ନିଜର ଆଫେୟାରକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ରହିଥିଲେ ।