ମୁମ୍ବାଇ (ଏଟିଆର ବ୍ୟୁରୋ): ଅଭିନେତା ଅନୁପମ ଖେରଙ୍କ ଅପକମିଂ ଫିଲ୍ମ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ରିଲିଜ୍ ହେବା ପୂର୍ବରୁ ବିବାଦରେ ରହିଛି । ରିଲିଜ୍ ପୂର୍ବରୁ ଫିଲ୍ମକୁ ଦେଖିବା ପାଇଁ କଂଗ୍ରେସ ଦାବି କରିଛି ଏବଂ ଏହାପରେ ହିଁ ଫିଲ୍ମ ରିଲିଜ୍ ହେବ ବୋଲି କହିଛି । ଏହାକୁ ନେଇ ଅଭିନେତା ଅନୁପମ ଖେର୍ ମୁହଁ ଖୋଲିଛନ୍ତି ।
କଂଗ୍ରେସକୁ ଟାର୍ଗେଟ କରି ଅନୁପମ୍ ଖେର୍ କହିଛନ୍ତି କି, କଂଗ୍ରେସ ପକ୍ଷରୁ ଫିଲ୍ମକୁ ଯେତେ ବିରୋଧ କରାଯିବ ଫିଲ୍ମର ସେତିକି ହିଁ ପବ୍ଲିସିଟି ହେବ । ୨୦୧୪ରେ ପ୍ରକାଶିତ ଏକ ବହି ଉପରେ ଫିଲ୍ମଟି ଆଧାରିତ । ସେବେଠାରୁ ନେଇ ଆଜି ପର୍ଯ୍ୟନ୍ତ ଏହାକୁ ନେଇ କୌଣସି ବିରୋଧ ହୋଇନଥିଲା ।
ମୁମ୍ବାଇରେ ଏହି ଫିଲ୍ମର ବିରୋଧକୁ ନେଇ ମହାରାଷ୍ଟ୍ର ଯୁବ କଂଗ୍ରେସ ପ୍ରଦେଶ ଉପରେ ଅନୁପମ ଖେର୍ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ ସେ ନିକଟରେ ରାହୁଲଙ୍କ ଏକ ଟ୍ୱିଟ୍ ପଢିଥିଲେ । ଯେଉଁଥିରେ ବିଚାରର ଅଭିବ୍ୟକ୍ତିଙ୍କ କଥା କୁହାଯାଇଥିଲା । ସେ କହିଛନ୍ତି କି ଯେଉଁ ବ୍ୟକ୍ତି ଫିଲ୍ମକୁ ବିରୋଧ କରୁଛନ୍ତି ସେମାନଙ୍କୁ ରାହୁଲ ଗାନ୍ଧୀ ଗାଳି କରିବା ଉଚିତ୍ କି ଆପଣମାନେ ଭୁଲ୍ ଅଟନ୍ତି ।