ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦୀର୍ଘଦିନ ହେବ ପରଦାରୁ ଦୂରେଇ ରହିଥିଲେ ଅମ୍ଳାନ । ଏବେ ଦୁଇଟି ନୂଆ ଫିଲ୍ମରେ ନଜର ଆସିବେ ମିହିର ଦାଶଙ୍କ ସୁପୁତ୍ର । ଗୋଟିଏ ଫିଲ୍ମର ଟାଇଟଲ ନିର୍ଣ୍ଣୟ କରାଯାଇଥିବା ବେଳେ ଅନ୍ୟ ଏକ ଚଳଚିତ୍ରର ନାମ କରଣ ହୋଇନାହିଁ । ‘ଫ୍ରମ ମି ଟୁ ୟୁ’ ଫିଲ୍ମ ମାଧ୍ୟମରେ ପରଦାକୁ ଫେରିବେ ଅମ୍ଳାନ । ଏହି ଫିଲ୍ମରେ ତାଙ୍କ ସହ ଅଭିନେତା ଜ୍ୟୋତି ମଧ୍ୟ ନଜର ଆସିବେ । ଦୁଇ ଜଣ ନାୟକଙ୍କୁ ନେଇ ଆସୁଛି ଏହି ଫିଲ୍ମ ।
ଆଉ ଏକ ଫିଲ୍ମରେ ଅନୁଭାଙ୍କ ବିପକ୍ଷରେ ନାୟକ ସାଜିବେ ଅମ୍ଳାନ । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଚିତ୍ତରଞ୍ଜନ ତ୍ରିପାଠୀ । ସେ ନିଜେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଭାର ସମ୍ଭାଳିବେ ବୋଲି ଶୁଣିବାକୁ ମିଳିଛି । ଏହି ଫିଲ୍ମ ଜରିଆରେ ପୁଣିଥରେ ଏକାଠି ହେବେ ଅନୁଭା ଏବଂ ଅମ୍ଳାନ । ପୂର୍ବରୁ ଉଭୟ ବଜରଙ୍ଗୀ ଫିଲ୍ମରେ ଏକାଠି ନଜର ଆସିଥିଲେ । ଦର୍ଶକ ଉଭୟଙ୍କ ଯୋଡିକୁ ବେଶ ପ୍ରଂଶସା କରିଥିଲେ । ଫିଲ୍ମକୁ ମଧ୍ୟ ଭଲ ସଫଳତା ମିଳିଥିଲା । ପୋଲିସ ଭୂକିକାରେ ଉଭୟ ଚମକିଥିଲେ ।
ଚିତ୍ତରଞ୍ଜନ ତ୍ରିପାଠୀ ଦୁଇଟି ଓଡିଆ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ଧଉଳୀ ଏକ୍ସପ୍ରେସର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ଚିତ୍ତ । ଦୁଇଟି ଯାକ ଫିଲ୍ମରେ ସିଦ୍ଧାନ୍ତଙ୍କୁ ଦେଖିବାକୁ ମିଳିଥିଲା । ଗୋଟିଏରେ ନେଗେଟିଭ କ୍ୟାରେକ୍ଟର ଏବଂ ଅନ୍ୟଟିରେ ହିରୋ ଭୂମିକାରେ ଆସିଥିଲେ । ଚିତ୍ତ ମନିଜେ ମଧ୍ୟ ମୁଖ୍ୟମନ୍ତ୍ରୀ ଫିଲ୍ମରେ ଅଭିନୟ କରିଥିଲେ ।