ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଏକ ସତ୍ୟ କାହାଣୀ ଉପରେ ଆଧାରିତ ଫିଲ୍ମ କୁ ନେଇ ପରଦାକୁ ଆସିବାକୁ ଯାଉଛନ୍ତି ସିଦ୍ଧାର୍ଥ ମାର୍ଥା । କିଛି ନୂଆ ,ଅଲଗା ଓ କିଛି ସ୍ୱତନ୍ତ୍ରତାକୁ ନେଇ ପରିକଳ୍ପନା ପୂର୍ଣ୍ଣ ଏହି ଫିଲ୍ମର ନା’ ରହିଛି ‘ମାୟାବିନୀ… ଏକ କଳ୍ପନା’ । ଏନେଇ ସୋସିଆଲ ମିଡିଆ ଫେସବୁକରେ ଏକ ବାର୍ତ୍ତା ଦେବା ସହ ଏହି ଫିଲ୍ମ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ସିଦ୍ଧାର୍ଥ ମାର୍ଥା । କିଛିଦିନ ତଳେ ହୋଇଥିବା ବହୁ ଚର୍ଚ୍ଚିିତ ଡବଲ ମର୍ଡରକୁ ନେଇ ଏହି ଫିଲ୍ମଟି ନିର୍ମାଣ କରାଯାଇଛି । ସିଦ୍ଧାର୍ଥ ମାର୍ଥା ନିଜ ଫେସବୁକରେ ଏହି ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି ।
ଏହି ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସିବା ସହ ଏହା ବେଶ ସଫଳତା ହାସଲ କରିବ ବୋଲି ସେ ଆଶା କରିଛନ୍ତି । ଏହି ଫିଲ୍ମଟି ରେଞ୍ଜ ରୟାଲ ସିନେଲାବ ପ୍ରଡକସନ୍ସ ହାଉସରେ ନିର୍ମାଣ ହେଉଛି । ତେବେ ଏହି ଫିଲ୍ମଟିକୁ ପ୍ରଯୋଜନା ସିଦ୍ଧାର୍ଥ ମାର୍ଥା କରୁଥିବା ବେଳେ ଏହାର ସଂଳାପ ଓ ନିର୍ଦ୍ଦେଶନା ସବିନୟ ଦେଉଛନ୍ତି । ଏହି ଫିଲ୍ମରେ ଓଲିଉଡର ଜଗତର ଆଗଧାଡିର ନାୟିକାଙ୍କୁ ଏଥିରେ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ ଖାଲି ସେତିକି ନୁହେଁ ବଲିଉଡରେ କଳାକାରଙ୍କୁ ମଧ୍ୟ ଏଥିରେ ସୁଯୋଗ ଦିଆଯିବ । ଫିଲ୍ମଟିରେ ଲଭ, ମର୍ଡର ଓ ସସପେନ୍ସ ଭରପୂର ରହିଛି । ସୂଚନାନୁଯାୟୀ, ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ପୂର୍ବରୁ ସିଦ୍ଧାର୍ଥନାଥ ଏକ ଓଡିଆ ଫିଲ୍ମ ନିର୍ମାଣ କରିଥିଲେ । କିନ୍ତୁ ଫିଲ୍ମଟି ରିଲିଜ ହେବା ପୂର୍ବରୁ ବିବାଦ ଘେରକୁ ଚାଲିଯିବାରୁ ଫିଲ୍ମଟି ରିଲିଜ ହୋଇପାରିନଥିଲା । ତେବେ ଛତିଶଗଡର ହମିପୁରଠାରେ ଘଟିଥିବା ଡବଲ ମର୍ଡରକୁ ନେଇ ‘ମାୟାବିନୀ… ଏକ କଳ୍ପନା’ ଫିଲ୍ମଟି ପରିକଳ୍ପିତ ହୋଇଛି । ଯାହା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସିଦ୍ଧାର୍ଥ ନାଥ ଆଶା ବ୍ୟକ୍ତ କରିଛନ୍ତି ।