ପୁରୀ (ଏଟିଆର ବ୍ୟୁରୋ) ; ଓଡିଆଙ୍କ ଭାବାବେଗ ସହ ଖେଳ । କୋଟି କୋଟି ଭକ୍ତଙ୍କ ଭଗବାନ ହେଉଛନ୍ତି ମହାପ୍ରଭୁ ଜଗତରନାଥ ଜଗନ୍ନାଥ । ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ରହିଛି କଟକଣା । ଯାହାକୁ ସମସ୍ତେ ମାନିବାକୁ ବାଧ୍ୟ ହୋଇଥାନ୍ତି । କେତେ ଜଣ ଅସଭ୍ୟଙ୍କ ପାଇଁ ସବୁବେଳେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଥାନ୍ତି । ତେବେ ଶ୍ରୀମନ୍ଦୀର ଭିତରେ ଫଟୋ ଉଠାଇବା ପାଇଁ କଟକଣା ରହିଥିଲେ ମଧ୍ୟ ବାରମ୍ବାର ଫଟୋ ଭାଇରାଲ ହେବାରେ ଲାଗିଛି । ଆଜି ପୁଣି ଥରେ ଏଭଳି ଏକ ଘଟଣାର ପୁନରାବୃତ୍ତି ହୋଇଇଥବା ଦେଖିବାକୁ ମିଳିଛି । ଯାହାକି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ କୁଠାରଘାତ ହୋଇଛି । ବାରମ୍ବାର ଏଭଳି ଭୁଲ ପାଇଁ ନିନ୍ଦା କରିଛନ୍ତି ବୁଦ୍ଦିଜୀବୀ ମାନେ ।
ସୋସିଆଲ ସାଇଟରେ ଅଧିକ ଲାଇକ ପାଇବା ପାଇଁ ଲୋକ ଜୀବନ ସହ ଖେଳ ଖେଳିବାକୁ ମଧ୍ୟ ପଛାଇ ନଥାନ୍ତି । ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପରିସରର ଫଟୋକୁ ନିଜ ଫେସବୁକ ସାଇଟରେ ଛାଡି ବାହାଦୁରି ନେବା ପାଇଁ ଯାଇ ଅପଲୋଡ କରିଥାନ୍ତି । ତେବେ ଆଜି ଏଭଳି ଏକ ଘଟଣା ନଜରକୁ ଆସିଛି । ବାଙ୍ଗାଲୋରରୁ ଆସିଥିବା ମେଘାଲୁଥ୍ରା ନାମକ ଜଣେ ମହିଳା ପର୍ଯ୍ୟଟକ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ କରିଛନ୍ତି । ମେଘା ଏୟାର ଲାଇନ୍ସର କ୍ୟାବିନେଟ କ୍ରିଉରେ କର୍ମଚାରୀ । ନିକଟରେ ଅଭିଜିତ ଆୟାର ମିତ୍ର ଓଡିଆଙ୍କ ଭାବବେଗକୁ ଆଘାତ କରି ଏବେ ଜେଲରେ ଥିବା ବେଳେ ପୁଣି ଥରେ ଏଭଳି ଏକ ଘଟଣା ନଜରକୁ ଆସିଛି । ଗତ ମାସରେ ଜଣେ ପୋଲିସ କର୍ମଚାର ବାଇସ ପାହାଚରେ ପିଣ୍ଡ ଦେବା ସମୟରେ ଫଟୋକୁ ଭାଇରାଲ କରିଥିବାରୁ ତାଙ୍କୁ ଚାକିରୀରୁ ସସପେଣ୍ଟ କରାଯାଇଥିଲା । ତେବେ ଏବେ ଫଟୋ ଭାଇରାଲ କରିଥିବା ମହିଳାଙ୍କ ପାଇଁ ପ୍ରଶାସନ କଣ ପଦ କ୍ଷେପ ନେଉଛି ତା ଉପରେ ସମସ୍ତଙ୍କ ନଜର । ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସୁବିଧା ଦେଉଥିବା ବେଳେ ଏଭଳି ଅପ୍ରିତିକର ପରିସ୍ଥିତି ଘଟାଉଥିବାରୁ ଜଗନ୍ନାଥ ପ୍ରେମୀ ମାନେ ଏହାକୁ ନିନ୍ଦା କରିଛନ୍ତି ।