ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଓଲିଉଡରେ ନୂଆ କରି ପାଦ ଥାପିବାକୁ ଯାଉଛନ୍ତି ଲଭଲି ଲିଲି । ନୂଆ ଓଡିଆ ଫିଲ୍ମ ‘ପାଗଳ ମୁଁ ତୋ ପାଇଁ’ ଫିଲ୍ମ ମାଧ୍ୟମରେ ଏଣ୍ଟି କରିବା ଯାଉଛନ୍ତି ଏହି ନୂଆ ନାୟିକା । ତେବେ ତାଙ୍କର ପ୍ରକୃତ ନାମ ହେଉଛି ମନୋରମା ନାୟକ । ଘରେ ତାଙ୍କୁ ଲିଲି ବୋଲି ଡାକନ୍ତି । ତେବେ ମନୋରଞ୍ଜନ ଦୂନିଆରେ କ୍ୟାଚି ନେମ ରଖିବା ପାଇଁ ସେ ଲଭଲି ଲିଲି ରଖିବା ପାଇଁ ଫିଲ୍ମର ନିର୍ଦ୍ଧେଶକଙ୍କୁ କହିଥିଲେ । ଏନ.ପାଢ଼ୀ ତାଙ୍କ ଅନୁରୋଧ ରଖିଛନ୍ତିି ଏବଂ ମନୋରମା ଏବେ ଓଲିଉଡରେ ଲଭଲି ଲିଲି ନାମରେ ଜଣାଶୁଣା ।
ଫିଲ୍ମରେ ଲିଲି ଜଣେ ଚୁଲବୁଲି ଝିଅ ଭାବରେ ଅଭିନୟ କରିଛନ୍ତି । କଲେଜରେ ପାଠ ପଢ଼ୁଥିବା ସମୟରେ ନାୟକ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଛି । ଫିଲ୍ମରେ ଲିଲିଙ୍କ ନାମ ରହିଛି ପାୟଲ । ସେ ଜଣେ ଡନର ଭଉଣୀ । ଏଣୁ ତାଙ୍କୁ ଚାହିଁବା ପାଇଁ କଲେଜରେ ସମସ୍ତେ ଭୟ କରନ୍ତି । ତେବେ ସେ ଯାହା ବି ହେଉ ଏହି ଫିଲ୍ମରେ ତାଙ୍କ ଭାଇ ଭୂମିକାରେ ଅଭିନୟ କରିଛନ୍ତି ଓଲିଉଡର ଜଣାଶୁଣା କଳାକାଳ ମନୋଜ ମିଶ୍ର । ଏବଂ ତାଙ୍କ ସହିତ ଏହି ଫିଲ୍ମରେ ନଜର ଆସିବେ ଅନୀତା ଦାସ ଏବଂ ବିଜୁ ବଡଜେନା ।
ଲିଲିଙ୍କ ବିପକ୍ଷରେ ଏହି ଫିଲ୍ମରେ ନାୟକ ଭାବରେ ନଜର ଆସିବେ ଅଙ୍କିତ । ସେ ଟେଲି ଅଭିନେତା ଭାବରେ ଘରେ ଘରେ ପରିଚିତ । ତେବେ ଏହି ଫିଲ୍କରେ ନିଜର ଦମଦାର ଅଭିନୟ ମଧ୍ୟ ସେ କରିଛନ୍ତି । ଏହି ଫିଲ୍ମଟି ନିଶ୍ଚିନ୍ତ ଭାବରେ ଦର୍ଶକଙ୍କ ମନ ମୋହିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।