ରାଜସ୍ଥାନ (ଏଟିଆର ବ୍ୟୁରୋ); ଦ୍ୱାଦଶ ଆଇପିଏଲ ସଂସ୍କରଣରେ ସୋମବାର ଦିଲ୍ଲୀ କ୍ୟାପିଟାଲକୁ ଭେଟିବ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ଭଲ ଫର୍ମରେ ରହିଥିବାରୁ ଆଜିର ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି । ଦିଲ୍ଲୀ ୧୦ଟି ମ୍ୟାଚ ଖେଳି ୬ଟି ବିଜୟ ହେବା ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଅପରପକ୍ଷରେ ରାଜସ୍ଥାନ ୯ଟି ମ୍ୟାଚରୁ ତିନୋଟି ବିଜୟ ସହ ସପ୍ତମ ସ୍ଥାନରେ ରହିଛି । ତେବେ ଦଳରେ ବଟଲରଙ୍କ ଲଢ଼ୁଆ ବ୍ୟାଟିଂ ରାଜସ୍ଥାନକୁ ନୂଆ ରାସ୍ତାରେ ନେଇ ଯାଉଛି ।
ଦିଲ୍ଲୀ ଦଳରେ ବହୁ ଯୁବ ଖେଳାଳି ରହିଛନ୍ତି । ଯାହାକି ଦଳକୁ ମଜବୁତ କରିବାରେ ସହାୟ ହେଉଛି । ପନ୍ଥ,ଶ୍ରେୟସ ଆୟାର ଏବଂ ପୃଥୀ ଶ ଭଲ ଫର୍ମରେ ରହିଥିବାରୁ ଦଳ ମ୍ୟାଚ ବିଜୟ ହେଉଛି । ତେବେ ଚଳିତ ବର୍ଷ ଦିଲ୍ଲୀ କ୍ୱାଲିଫାଇୟର ଖେଳିବା ପାଇଁ ଏକପ୍ରକାର ଦାବିଦାର ହୋଇପାରିବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଅପରପକ୍ଷରେ ରାଜସ୍ଥାନର ସଞ୍ଜୁ ସାମସନ ଭଲ ଫର୍ମକୁ ଫେରିବା ପରେ ଦଳର ମନୋବଳ ମଧ୍ୟ ବଢ଼ିବାରେ ଲାଗିଛି । ଚଳିତ ସିଜିନରେ ସେ ମଧ୍ୟ ଗୋଟିଏ ଶତକ ହାସଲ କରି ସାରିଛନ୍ତି । ତେବେ ସେ ଯାହାକି ବି ହେଉ ଉଭୟ ଦଳରେ ଖେଳାଳି ଭଲ ଫର୍ମରେ ରହିଥିବାରୁ ଆଜିର ମ୍ୟାଚ ରୋମାଞ୍ଚକ ହେବ ବୋଲି ସମସ୍ତଙ୍କ ଆଶା ରହିଛି । ଏବେ ସୁଦ୍ଧା କୌଣସି ଦଳ କ୍ୱାଲିଫାଇୟର ଲିଷ୍ଟରୁ କଟିନଥିବାରୁ ସମସ୍ତେ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି ।