ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଫେସବୁକରୁ ବନ୍ଧୁତା ଓ ତାପରେ ଧୋକା । ଏମିତି କିଛି ସାଂଘାତିକ ଅଭିଯୋଗ ଆସିଛି ଓଲିଉଡ ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀ ନାୟକଙ୍କ ନାଁରେ ।
ଅଭିଯୋଗ ଅନୁସାରେ ଜଣେ ଅଣ ଓଡିଆ ଯୁବକଙ୍କ ସହ ଫେସବୁକରେ ବନ୍ଧୁତା କରି ଅଭିନେତ୍ରୀ ଜଣଙ୍କ ଟଙ୍କା, ସୁନା ଚେନ, ଲାପଟପ ଭଳି ଆହୁରି ଦାମି ଉପହାର ଠକି ନେଇଛନ୍ତି । ଉକ୍ତ ଯୁବକଙ୍କ କହିବା ଅନୁସାରେ ଚିନ୍ମୟୀ ତାଙ୍କୁ ବିବାହ କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ ।
କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ଜଣଙ୍କ ବିବାହ କରିବାକୁ ମନା କରିଦେଇଥିଲେ ଫଳରେ ପ୍ରେମ ଏବଂ ପ୍ରତାରଣା ପରେ ଯୁବକ ଜଣଙ୍କ ଓଡ଼ିଶା ପୋଲିସ ଓ ଡିସିପିଙ୍କୁ ନିଜ ଅଭିଯୋଗ ଜଣାଇଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସେପଟେ ପ୍ରତିକ୍ରିୟା ଦେଇ ଚିନ୍ମୟୀ କହିଛନ୍ତି ସେ ଜଣେ ସେଲିବ୍ରିଟି ଏବଂ ତାଙ୍କ ନାଁରେ ଏମିତି ଅଭିଯୋଗ ଆସିବା ସ୍ୱାଭାବିକ କଥା, ସେ ଖାଲି ଯୁବକ ଜଣଙ୍କ ସହିତ ବନ୍ଧୁତା କରିଥିଲେ ଏବଂ ମଝିରେ ମଝିରେ ତାଙ୍କୁ ଦେଖା କରିଥିଲେ । ଯୁବକ ଜଣଙ୍କ ଓଡ଼ିଶା ଆସିଥିବାରୁ ଅଭିନେତ୍ରୀ ଚିନ୍ମୟୀ ତାଙ୍କର ଅତିଥି ସତ୍କାର କରିଥିଲେ ଏବଂ ତାଙ୍କ କର୍ତ୍ତବ୍ୟ ଅନୁଯାଇ ତାଙ୍କୁ ଭୁବନେଶ୍ୱର ବୁଲାଇ ଦେଖାଇଥିଲେ ।
ଅଭିଯୋଗକୁ ଓଲିଉଡ ଅଭିନେତ୍ରୀ ଖଣ୍ଡନ କରିଆସୁଥିଲେ ହେଁ ଘଟଣାଟି ଆଜି ନୂଆ ମୋଡ ନେଇଛି ସୁଚନା ଅନୁସାରେ ଘଟଣାର କମ୍ପ୍ରୋମାଇଜ କରିବାକୁ ଚିନ୍ମୟୀଙ୍କ ଆଉ ଜଣେ ପୁରୁଷ ବନ୍ଧୁ ଉକ୍ତ ଯୁବକ ଜଣଙ୍କୁ ଓଡ଼ିଶା ଡାକି ପୁର୍ବରୁ ଯାହା ଦେଇଥିଲେ ସେସବୁ ଫେରାଇ ନେବାକୁ କହିଛନ୍ତି ।