ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରବିବାର ରିଲିଜ ହୋଇଛି ନୂଆ ଓଡିଆ ଚଳଚ୍ଚିତ୍ର । ଯାହାର ଶୀର୍ଷକ ରହିଛି ‘ପ୍ରେମରେ ରଖିଚି ଶହେରୁ ଶହେ’ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଓଲିଉଡର ଓଣ୍ଡର ବୟ ସଂଜୟ ନାୟକ । ତେବେ ସଂଜୟ ନାୟକଙ୍କ ଅଧିକାଂଶ ଫିଲ୍ମ ହିଟ ହୋଇଥାଏ । ସେ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମର ନାୟକ ଭାବରେ ନଜର ଆସିବେ ଜୋତି ଏବଂ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତିି ରିୟା । ସେମାନଙ୍କ ସହ ଗୁଡୁ,ବିଜୁ ବଡଜେନା ଏବଂ ପ୍ରେମାଞ୍ଜନ ପରିଡାଙ୍କ ଭଳି ଭେଟେରିଆନ ଅଭିନେତା ଏହି ଫିଲ୍ମରେ ଅଭିନୟ କରିଛନ୍ତି ।
ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମଳୟ ମିଶ୍ର । ମଳୟଙ୍କ ସୁମଧୁର ସଙ୍ଗୀତ ଓଡିଶାରେ ବେଶ ପରିଚିତ । ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାର ଟାଇଟଲ ଗୀତଟି ବେଶ ହିଟ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ଫିଲ୍ମର ପ୍ରଯୋଜନାରେ ରହିଛନ୍ତି ବିରଞ୍ଚି ନାରାୟଣ ପଣ୍ଡା ଏବଂ ଦିଲ୍ଲୀପ ଦାସ । ତେବେ ଏହି ଫିଲ୍ମଟି ସରସ୍ୱତି ପୂଜାରେ ରିଲିଜ ହୋଇଥିବାରୁ ହଲରେ ଦର୍ଶକଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି ।
ଏହି ଫିଲ୍ମରେ ପ୍ରଥମଥର ପାଇଁ ଜୋତି ଏବଂ ରିଆ ନଜରକୁ ଆସିବେ । ଏଥିରେ ଉଭୟ ଡବଲ ରୋଲ କରିଛନ୍ତି । ଉଭୟ ନେଗେଟିଭ ଏବଂ ପଜେଟିଭ ରୋଳରେ ଅଭିନୟ କରିଛନ୍ତି । ଯାହାକି ଦର୍ଶକଙ୍କ ମନ ମୋହିବ ବୋଲି ଆଶା କରିଛି ପ୍ରଯୋଜନା ସଂସ୍ଥା । ବହୁ ଦିନ ପରେ ପୁୂଣି ଥରେ ପରଦାରେ ନଜର ଆସିବେ ରିଆ । ୨୦୧୯ ମସିହାରେ ଏହା ହେଉଛି ତାଙ୍କର ପ୍ରଥମ ଫିଲ୍ମ । ବହୁ ଦିନ ହେବ ସେ ବଡ କଳାକାରଙ୍କ ବିପକ୍ଷରେ ନାୟିକା ହୋଇ ନାହାଁନ୍ତି ।