ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗତବର୍ଷ ଦୁଇଟି ହିଟ ଫିଲ୍ମ ଦର୍ଶକଙ୍କୁ ଭେଟିଦେବା ପରେ ତୃତୀୟଥର ଲାଗି ଗୋଟିଏ ଫିଲ୍ମରେ ନଜର ଆସିବେ ଓଲିଉଡ ଚକୋଲେଟବଏ ସଚ୍ୟସଚୀ ଏବଂ ଚୁଲବୁଲି ନାୟିକା ଏଲିନା । ଏହି ଫିଲ୍ମ ରିଜିଲ ହେଲେ ସେମାନେ ହ୍ୟାଟ୍ରିକ ମାରିବେ । ତେବେ ରିଲିଜ ଅପେକ୍ଷାରେ ଥିବା ଚଳଚିତ୍ରର ନାମ ରହିଛି ମାଲ ମହୁ ଜୀବନ ମାଟି,ଭାଗ୍ୟର ନୋଗ୍ୟାରେଣ୍ଟି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରମେଶ ରାଉତ । ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ସଂଳାପ ଲେଖିଛନ୍ତି ରଜନୀ ରଞ୍ଜନ ।
ଏହି ଫିଲ୍ମର ସୁଟିଂ ଶେଷ ହୋଇ ସାରିଲାଣି । ଏବେ ଏଡିଟିଂ କାମ ଚାଲିଛି । ଅଳ୍ପଦିନ ମଧ୍ୟରେ ପରଦାରେ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଚଳଚିତ୍ରରେ କମେଡି ସାଙ୍ଗକୁ ଫ୍ୟାମିଲ ଡ୍ରାମା ମଧ୍ୟ ଭରି ରହିଛି ବୋଲି ଶୁଣିବାକୁ ମିଳିଛି । ଏଣୁ ଏହି ଫିଲ୍ମଟି ଦର୍ଶକଙ୍କ ମନମୋହିବ ବୋଲି ଆଶା ରଖିଛନ୍ତି କଳାକାର । ପୂର୍ବରୁ ସବ୍ୟ ଏବଂ ଏଲିନା ଯୋଡି ହିଟ ହୋଇଛି । ‘ଟୋକାଟା ଫସିଗଲା’ ଏବଂ ‘ଫୋର ଇଡିୟଟ’ ଫିଲ୍ମଟି ଜବରଦସ୍ତ ହିଟ ହୋଇଛି । ଟୋକାଟା ଫସିଗଲାର କମେଡି ଆଜି ମଧ୍ୟ ମନେ ପକାଇ ଲୋକ ହସୁଛନ୍ତି । ଏହି ଦୁଇ ଯୋଡି ଯୁବ ପିଢ଼ୀଙ୍କ ମନରେ ଜାଗା ନେଇସାରିଛନ୍ତି । ଏଣୁ ରିଲିଜ ଅପେକ୍ଷାରେ ଥିବା ଫିଲ୍ମରେ କିଛି ନିଆରା ଛାପ ଛାଡିବା ପାଇଁ ଚେଷ୍ଟା କରିବେ ବୋଲି ଆଶା କରାଯାଇଛି ।