ମୁମ୍ବାଇ (ଏଟିଆର ବ୍ୟୁରୋ): ବର୍ଷ ୨୦୧୫ରେ ବଲିଉଡ ଅଭିନେତା ଶାହିଦ କପୁରଙ୍କ ବାହାଘର ଚର୍ଚ୍ଚାର ବିଷୟ ଥିଲା । ଶାହିଦ, ମୀରା ରାଜପୁତଙ୍କୁ ଆରେଞ୍ଜ ମ୍ୟାରେଜ୍ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ଦମ୍ପତ୍ତିଙ୍କ ମଧ୍ୟରେ ବୟସର ତାରତମ୍ୟ ୧୩ ବର୍ଷ ରହିଛି । ବାହାଘର ହେବାର ଦୀର୍ଘ ଦିନ ବିତିଗଲାଣି । ଏବେ ତାଙ୍କର ଏକ ଝିଅ ଏବଂ ପୁଅ ମଧ୍ୟ ହୋଇସାରିଲାଣି । ମାତ୍ର ଏବେ ଶାହିଦ ଦୀର୍ଘ ଦିନ ପରେ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି କି ଯଦି ସେ ମୀରାଙ୍କୁ ତାଙ୍କ ଜୀବନ ସାଥୀ ନବନେଇ ଥାନ୍ତେ, ତେବେ ସେ କାହାକୁ ବିବାହ କରିଥାନ୍ତେ ।
ନିକଟରେ ଶାହିଦ୍ ଫିଲ୍ମଫେୟାରର ଏକ ସାକ୍ଷାତକାରରେ କହିଛନ୍ତି କି, ସେ ମୀରାଙ୍କଠୁ ବୟସରେ ବଡ ଥିବା ଝିଅକୁ ବାହାହୋଇଥାନ୍ତେ, ତାହା ନୁହେଁ କି ତାଙ୍କଠାରୁ ବୟସରେ ବଡ ।
ଏହାବ୍ୟତିତ ମୀରାଙ୍କ ସହିତ ପ୍ରଥମ ଦେଖା ବିଷୟରେ ଶାହିଦ୍ କହିଥିଲେ । ସେ କହିଥିଲେ କି ଯେତେବେଳେ ମୀରାଙ୍କ ସହିତ ତାଙ୍କର ପ୍ରଥମ ଦେଖା ହେଲା ତାଙ୍କୁ ଲାଗିଲା କି ମୀରା ବହୁତ ୟଙ୍ଗ । ସେଥିପାଇଁ ସେ ଆରମ୍ଭରୁ ନର୍ଭସ ମଧ୍ୟ ଥିଲେ । କାରଣ ଶାହିଦ ଏବଂ ମୀରାଙ୍କ ବୟସରେ ଖୁବ୍ ଅନ୍ତର ଥିଲା ।