ମୁମ୍ବାଇ(ଏଟିଆର ବ୍ୟୁରୋ) : ବିଗବସ ୧୩ର ଲୋକପ୍ରିୟ ପ୍ରତିଯୋଗୀ ସେହେନାଜ ଗିଲ୍ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ତାଙ୍କର ସୋସିଆଲ ମିଡିଆରେ ବହୁତ ସାରା ଫ୍ୟାନ ଫଲୋଇଙ୍ଗ୍ ଅଛନ୍ତି ଏବଂ ତାଙ୍କର ସବୁ ପୋଷ୍ଟ ବହୁତ ଜଲ୍ଦୀ ଭାଇରାଲ୍ ହୋଇଯାଏ । ଗତକାଲି ସେହେନାଜ ଇଂଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋରେ ସେହେନାଜ ହଳଦିଆ ରଙ୍ଗର ଡ୍ରେସ୍ ରେ ବହୁତ ସୁନ୍ଦର ଦେଖାଯାଉଥିଲେ ।
ସେହେନାଜ ହଳଦିଆ ରଙ୍ଗର ଡ୍ରେସ୍ ସହ ଗୋଲାପି ରଙ୍ଗର ହିଲ୍ସ ପିନ୍ଧିଛନ୍ତି । ତାଙ୍କ ଏହି ଲୁକ୍ ଭାଇରାଲ୍ ହେବାରେ ଲାଗିଛି । କାରଣ ବିଗ୍ ବସ୍ ହାଉସକୁ ଆସିବା ପରେ ସେ ଅଧିକ ଫେମସ ହୋଇଯାଇଛନ୍ତି । ତାଙ୍କ ଚୁଲ୍ ବୁଲି ହରକତ୍ ପାଇଁ ତାଙ୍କୁ ସମସ୍ତେ ପସନ୍ଦ କରୁଥିଲେ ।
ସୂଚନା ଅନୁସାରେ ସେହେନାଜ ବିଗବସ ୧୪ର ୱିକେଣ୍ଡ କା ବାର ସୁଟ ପାଇଁ ଏହି ଲୁକ୍ ନେଇଛନ୍ତି । ବଲିଉଡ ସୁପରଷ୍ଟାର ସଲମାନ ଖାନ ଡିସେମ୍ବର ୨୭ରେ ନିଜର ୫୫ତମ ଜନ୍ମଦିନ ପାଳନ ପାଇଁ ପୁରା ପ୍ରସ୍ତୁତ କରୁଛନ୍ତି ।
ବିଗବସ ପରି ସୁପରହିଟ ରିଆଲିଟି ସୋ’ରେ ସେ ନିଜ ଜନ୍ମଦିନ ପାଳନ କରିବେ । ଏହି ସେଲିବ୍ରେସନରେ ରବିନା ଟଣ୍ଡନ , ଜ୍ୟାକଲିନ୍ ଫର୍ନାଣ୍ଡିଜ୍ , ସେହେନାଜ ଗିଲ୍ ଏବଂ ଧର୍ମେଶ ୟେଲାଣ୍ଡ ପରି କଳାକାର ସାମିଲ ହେବେ । ଏହି ସେଲିବ୍ରେସନରେ ଡ୍ୟାନ୍ସ ସହ ଅନେକ ପ୍ରତିଯୋଗୀତାର ମଧ୍ୟ ଆୟୋଜନ ହୋଇଛି । ଯେଉଁଠି ଧର୍ମେଶ ନିଜ ଡ୍ୟାନ୍ସ ଦ୍ୱାରା ଲୋକଙ୍କ ମନ କିଣିବେ ସେଠାରେ ସେହେନାଜ ନିଜ ଡାଇଲଗ ‘ତ୍ୱଡା କୁତ୍ତା ଟମି’ ର ରିକ୍ରିଏଟ କରିବେ । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ।