ଭୁବନେଶ୍ୱର(ଏଡିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଭାଇରସ ଚିନ୍ତା ଘାରିଛି । ଓଡିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି ।ରାଜ୍ୟ ସରକାରଙ୍କ ଦ୍ୱାରା ଏହି ଭାଇରସର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ତେବେ ଏହାରି ଭିତରେ ଝିଅ ନୁହେଁ ତୁ କରୋନା ଭାଇରସ ଗୀତ ଗାଇ ଟ୍ରୋଲ ହୋଇଛନ୍ତି ଓଲିଡଉର ଆଗଧାଡିର ଗାୟକ ହ୍ୟୁମାନ ସାଗର । ଏହି ଗୀତରେ କରନା ଭାଇରସକୁ ଝିଅ ସହ ତୁଳନା କରାଯାଇଛି । ଏହି ଗୀତ ୭ ତାରିଖ ଦିନ ୟ୍ୟୁଟୁବରେ ଅପଲୋଡ ହୋଇଥିଲା ।
ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ଏହି ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାସହ ବହୁ ବୁଦ୍ଧିଜୀବୀ ଓ କଳାକାର ମାନେ ହ୍ୟୁମାନ ସାଗାରଙ୍କୁ ଟ୍ରୋଲ କରିଛନ୍ତି । ଏହି ଗୀତକୁ ବିରୋଧ କରୁଛନ୍ତି ବହୁ ସାଧାରଣ ଲୋକ ମାନେ । ଅନ୍ୟପଟେ ଏହି ଗୀତକୁ ନେଇ କଟକ ମହିଳା ଥାନାରେ ମାମଲା ରୁଜୁ କରାଯାଇଛି । ଏହି ଗୀତରେ ମହିଳା ମାନଙ୍କୁ ଅସମ୍ମାନିତ କରାଯାଇଥିବା ଅଭିଯୋଗ କରି ସାମାଜିକ କର୍ମୀ ସସ୍ମିତା ଦାସ ଅଭିଯୋଗ କରିଛନ୍ତି ।