ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) :ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେ.କେ ସିଂହ ହୃଦରୋଗଜନିତ ସମସ୍ୟା ଯୋଗୁଁ ଏବେ ଫରିଦାବାଦ୍ର ଏସିଆନ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଚିକିତ୍ସା ହେବା ସମୟର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ସୁଶାନ୍ତ ସିଂହ ରାଜପୁତଙ୍କ ଦୁଇ ଭଉଣୀଙ୍କୁ ତାଙ୍କ ବାପାଙ୍କ ପାଖରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା । ସୂଚନାନୁସାରେ ଗୋଟିଏ ବୋଲି ପୁଅ ସୁଶାନ୍ତଙ୍କୁ ହରେଇବା ପରଠାରୁ ତାଙ୍କ ବାପା ଅନେକ ସମୟ ଧରି ବିଷାଦଗ୍ରସ୍ତ ରହୁଥିଲେ ।
ଏହା ଦେଖି ଜଣେ ଟ୍ୱିଟର ୟୁଜର କହିଲେ , ‘ସୁଶାନ୍ତଙ୍କ ବାପା କେ.କେ ସିଂହ ପାଟନାରେ ହୋଇଥିବା ଅଭିଯୋଗର ମୁଖ୍ୟ ଅଭିଯୋଗକାରୀ । ଏବଂ ଏବେ ସେ ହୃଦରୋଗଜନିତ ସମସ୍ୟା ଯୋଗୁଁ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ଏହି ବୃଦ୍ଧବ୍ୟକ୍ତିଙ୍କ ପାଇଁ ସିବିଆଇ ଶୀଘ୍ର ସେମାନଙ୍କ ସିଦ୍ଧାନ୍ତ ଘୋଷଣା କରିବା ଉଚିତ୍ । ’
ଫଟୋ ଟି ସେୟାର ହେବା ମାତ୍ରେ ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ଦୁଃଖ ପ୍ରକାଶ କରିଥିଲେ ଏବଂ ତାଙ୍କ ଶୀଘ୍ର ସୁସ୍ଥ ପାଇଁ ପ୍ରାଥନା କରିଥିଲେ ।